Sapna in a new look: ନୂଆ ଲୁକ୍ରେ ସପ୍ନା
ନିଜ ଚେହେରାର ରୂପାନ୍ତରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀ। ସର୍ବଦା ନିଜର ନୃତ୍ୟ ସହ ଆକର୍ଷଣୀୟ ବ୍ୟକ୍ତିତ୍ବ ପାଇଁ ନଜରକୁ ଆସନ୍ତି ସପ୍ନା।

ନିଜ ଚେହେରାର ରୂପାନ୍ତରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀ। ସର୍ବଦା ନିଜର ନୃତ୍ୟ ସହ ଆକର୍ଷଣୀୟ ବ୍ୟକ୍ତିତ୍ବ ପାଇଁ ନଜରକୁ ଆସନ୍ତି ସପ୍ନା। ବାହାଘର ପରେ ଦୁଇ ପିଲାଙ୍କ ମାଆ ବନିଥିବା ସପ୍ନାଙ୍କ ଶରୀରରେ ସମାନ୍ୟ ପରିବର୍ତ୍ତନ ଆସିଥିଲା। ମାତ୍ର ଖୁବ୍ କମ୍ ଦିନ ମଧ୍ୟରେ ପୁଣି ଥରେ ନିଜକୁ ଫିଟ୍ କରାଇ ସେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ମାତ୍ର ୬ରୁ ୭ ମାସ ମଧ୍ୟରେ ପ୍ରାୟ ୨୫ରୁ ୨୮ କିଲୋଗ୍ରାମ୍ ଓଜନ କମାଇଛନ୍ତି ସପ୍ନା। ନିଜର ଫିଟ୍ନେସ୍ ଯାତ୍ରା ସମ୍ପର୍କରେ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ଏହି ପରିବର୍ତ୍ତନ ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ନିୟମିତ ବ୍ୟାୟାମ, ଜିମ୍ ଯିବା ଏବଂ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ତାଙ୍କ ଓଜନ ହ୍ରାସରେ ସହାୟକ ହୋଇଛି। ଠିକ୍ ସମୟରେ ଖାଦ୍ୟ ଖାଇବା ଓ ଜଙ୍କ୍ଫୁଡ୍ଠାରୁ ଦୂରେଇ ରହିବା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ।
ପ୍ରଥମ ପ୍ରସବ ପରେ ସପ୍ନାଙ୍କର ଅସ୍ତ୍ରୋପଚାର ହୋଇଥିଲା। ୨୦୨୫ ମସିହାରେ ଦ୍ୱିତୀୟ ସନ୍ତାନ ଜନ୍ମ ହେବା ସହ ତାଙ୍କୁ ଅଧିକ ଔଷଧ ଖାଇବାକୁ ପଡ଼ିଥିଲା। ଏହି କାରଣରୁ ତାଙ୍କ ଓଜନ ବଢ଼ିଯାଇଥିଲା। ଫଳରେ ଲୋକ ତାଙ୍କ ପେସାଦାର ଜୀବନକୁ ନେଇ ପ୍ରଶ୍ନ ଉଠାଇଥିଲେ। ହେଲେ ନିଜ ପରିଶ୍ରମ ବଳରେ ସେ ଏବେ ସେହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ନିଜର ନୂଆ ରୂପକୁ ନେଇ ଖୁସି ପ୍ରକାଶ କରିବା ସହ ନିଜ ପାଇଁ ସମୟ ବାହାର କରିବା ଓ ନିଜ ଯତ୍ନ ନେବା ଏକ ସୁନ୍ଦର ଅନୁଭୂତି ବୋଲି ସେ ବଖାଣିଛନ୍ତି।
ସୌଜନ୍ୟ ସମ୍ବାଦ




