ସିଜେପି ୟୁପି ନିର୍ବାଚନ ଲଢ଼ିବନି କି କୌଣସି ଦଳକୁ ସମର୍ଥନ କରିବନି
ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ, ଉତ୍ତରପ୍ରଦେଶରେ କିଏ ସରକାର ଗଢ଼ିବ, ସେହି ରାଜନୈତିକ ଚର୍ଚ୍ଚାଠାରୁ ତାଙ୍କ ସଂଗଠନ ଦୂରେଇ ରହିବ । ତେବେ ଜାତି ଓ ଧର୍ମଭିତ୍ତିକ ରାଜନୀତି ବଦଳରେ ନିର୍ବାଚନ ପ୍ରଚାରରେ ରାଜ୍ୟର ଯୁବପିଢ଼ିଙ୍କ ସମସ୍ୟା ଓ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବା ଉଚିତ ବୋଲି ସେ ମତ ଦେଇଛନ୍ତି ।

ଲକ୍ଷ୍ନୌ : ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେପି ସତର୍କତାର ସହ ପଦକ୍ଷେପ ନେଉଥିବା ବେଳେ କଂଗ୍ରେସ ଓ ସପା ମଧ୍ୟରେ ଆସନ ବୁଝାମଣା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ଏଭଳି ସ୍ଥିତିରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ନିର୍ବାଚନୀ ଭୂମିକାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳ ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଦଳର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଘୋଷଣା କରିଛନ୍ତି ଯେ, ସିଜେପି ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବ ନାହିଁ କି କୌଣସି ରାଜନୈତିକ ଦଳକୁ ସମର୍ଥନ କରିବ ନାହିଁ ।

ସୌଜନ୍ୟ ସମ୍ବାଦ