ଦେଶ ବିଦେଶ

Vantara: ମାଡାଗାସ୍କର ସହ ବନତାରାର ୧୦ ବର୍ଷିଆ ଚୁକ୍ତି

ବନ୍ୟଜନ୍ତୁଙ୍କ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ବନତାରା ପକ୍ଷରୁ ମାଡାଗାସ୍କର ସରକାରଙ୍କ ସହ ୧୦ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରାଯାଇଛି।

ଜାମନଗର: ବନ୍ୟଜନ୍ତୁଙ୍କ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ବନତାରା ପକ୍ଷରୁ ମାଡାଗାସ୍କର ସରକାରଙ୍କ ସହ ୧୦ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରାଯାଇଛି। ଏହି ଚୁକ୍ତି ଅନୁଯାୟୀ ବିଦେଶରେ ଜବତ ହୋଇଥିବା ମାଡାଗାସ୍କରର ବନ୍ୟଜନ୍ତୁଙ୍କୁ ସ୍ୱଦେଶ ଫେରାଇ ଆଣିବା, ସେମାନଙ୍କର ଚିକିତ୍ସା ଏବଂ ସମ୍ଭବ କ୍ଷେତ୍ରରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ିବା କ୍ଷେତ୍ରରେ ବନତାରା ସହଯୋଗ କରିବ। ଏଥିସହ ଭାରତର ସିଆଇଟିଇଏସ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ବନତାରା ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିଛି।

ସ୍ଥାନୀୟ ବନ୍ୟଜନ୍ତୁ ବିଶେଷଜ୍ଞଙ୍କୁ ପ୍ରଶିକ୍ଷଣ ପ୍ରଦାନ 
ଏହି ସହଯୋଗ ଅଧୀନରେ ବନତାରା ବନ୍ୟଜନ୍ତୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସୁରକ୍ଷିତ ପରିବହନ, ବୈଜ୍ଞାନିକ ଗବେଷଣା ଓ ମାଡାଗାସ୍କରର ସ୍ଥାନୀୟ ବନ୍ୟଜନ୍ତୁ ବିଶେଷଜ୍ଞଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବ। ଏଥିସହ ଏକ ଜାତୀୟ ବନ୍ୟଜନ୍ତୁ ଉଦ୍ଧାର ଓ ପୁନର୍ବାସ କେନ୍ଦ୍ର ନିର୍ମାଣରେ ମଧ୍ୟ ସହଯୋଗ କରିପାରେ। ତେବେ ବନ୍ୟଜନ୍ତୁଙ୍କୁ ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀରେ ପୁନଃ ଛାଡ଼ିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ମାଡାଗାସ୍କର ସରକାର ନେବେ। ବନତାରାର ସିଇଓ ଭିଭାନ କରନୀ କହିଛନ୍ତି, ଏହି ପ୍ରଜାତିଗୁଡ଼ିକୁ ସେମାନଙ୍କର ପ୍ରାକୃତିକ ଆବାସସ୍ଥଳୀରେ ସଂରକ୍ଷଣ କରିବା ଆମର ୧୦ ବର୍ଷିଆ ସଂରକ୍ଷଣ ରଣନୀତିର ମୁଖ୍ୟ ଆଧାର। ବନ୍ୟଜନ୍ତୁଙ୍କ ମୂଳ ଦେଶରେ ସେମାନଙ୍କ ସଂରକ୍ଷଣ ପାଇଁ କାମ କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ଆମର ପ୍ରାଥମିକତା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button