ଦେଶ ବିଦେଶ

Politics: ସ୍ବପ୍ନ ପୂରଣ ପରେ ରାଜନୀତି ଛାଡ଼ିବେ ବିଜେପିର ଏହି ବରିଷ୍ଠ ବିଧାୟକ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ମଧ୍ୟପ୍ରଦେଶ ରାଜନୀତିରେ ଚର୍ଚ୍ଚିତ ନେତା ଗୋପାଳ ଭାର୍ଗବ ନିଜର ରାଜନୈତିକ ଭବିଷ୍ୟତ ନେଇ ବଡ଼ ଘୋଷଣା କରିଛନ୍ତି। ସେ ନିଜର ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବପ୍ନର ପ୍ରକଳ୍ପ ‘କୋପରା...

ଭୋପାଳ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ମଧ୍ୟପ୍ରଦେଶ ରାଜନୀତିରେ ଚର୍ଚ୍ଚିତ ନେତା ଗୋପାଳ ଭାର୍ଗବ ନିଜର ରାଜନୈତିକ ଭବିଷ୍ୟତ ନେଇ ବଡ଼ ଘୋଷଣା କରିଛନ୍ତି। ସେ ନିଜର ବିଧାନସଭା ନିର୍ବାଚନ ମଣ୍ଡଳୀର  ସ୍ବପ୍ନର ପ୍ରକଳ୍ପ ‘କୋପରା ମଧ୍ୟ ଜଳସଚନ’ ପୂରା ହେଲା ପରେ ରାଜନୀତିରୁ ସନ୍ୟାସ ନେବେ। ପୂର୍ବତନ ମନ୍ତ୍ରୀ ଏହି ଘୋଷଣା କୌଣସି ରାଜନୈତିକ ବୈଠକରେ ନୁହେଁ; ବରଂ ସର୍ବସାଧାରଣ ମଞ୍ଚରେ କରିଛନ୍ତି। ରହଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଆୟୋଜିତ ଏକ ଲୋକାର୍ପଣ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ଅବସରରେ ବିଧାୟକ ଶ୍ରୀ ଭାର୍ଗବ ଏହି ଘୋଷଣା କରିଛନ୍ତି। ତାଙ୍କର ଏହି ବୟାନ ଆସିବା ପରେ ଚର୍ଚ୍ଚା ଜୋର ଧରିଛି।

ରହଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଗୋପାଳ ଭାର୍ଗବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଲୋକାର୍ପଣ ସମୟରେ ସେ ବିକାଶ ଏବଂ ଚାଷୀ ସଂପର୍କିତ ଜଡ଼ିତ ମୁଖ୍ୟ ପ୍ରସଙ୍ଗ ଉପରେ କହିଥିଲେ। ଏହି ଅଞ୍ଚଳରେ ନିର୍ମାଣାଧୀନ ଥିବା ଜଳସେଚନ ପ୍ରକଳ୍ପ ନିର୍ମାଣ କାମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ତାଙ୍କ ଦ୍ବାରା ଘୋଷିତ ୩ଟି ମୁଖ୍ୟ କଥା…

  • ରହଲିର ନିର୍ମାଣାଧୀନ ଜଳସେଚନ ପ୍ରକଳ୍ପ ଶେଷ ହେଲା ପରେ ନେବେ ସନ୍ୟାସ
  • ବଲେହରେ ଲୋକାର୍ପଣ କାର୍ଯ୍ୟକ୍ରମରେ ମଞ୍ଚରୁ କଲେ ଘୋଷଣା
  • କୋପରା ମଧ୍ୟ ପ୍ରକଳ୍ପକୁ ଚାଷୀ ଏବଂ ଅଞ୍ଚଳର ବିକାସ ସହ ଯୋଡ଼ିଲେ

ସଂକ୍ଷେପରେ ଗୋପାଳ ଭାର୍ଗବ

ଗୋପାଳ ଭାର୍ଗବ ହେଉଛନ୍ତି ମଧ୍ୟ ପ୍ରଦେଶ ବିଜେପିର ବରିଷ୍ଠ ନେତା। ସାଗର ଜିଲ୍ଲାର ଗଡ଼ାକୋଟ ନିବାସୀ ଭାର୍ଗବ ରହଲି ବିଧାନସଭା ଆସନରୁ ୯ଥର ବିଧାୟକ ହୋଇଛନ୍ତି। ୧୯୮୫ ମସିହାରୁ ଏହି ଆସନରେ ତାଙ୍କର ଆଧିପତ୍ୟ ଜାରି ରହିଛି। ଏକଦା ସେ ମଧ୍ୟପ୍ରଦେଶ ସରକାରରେ ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ ତଥା ଲୋକ ନିର୍ମାଣ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନେଇଥିଲେ। ଏହା ବ୍ୟତୀତ ବିଧାନସଭାରେ ବିରୋଧୀ ଦଳ ନେତା ଏବଂ ପ୍ରୋଟେମ ସ୍ପିକର ଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button