ରାଜ୍ୟ
Maoist Dump Recovered ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲ ଡମ୍ପର ଠାବ, ୮ଟି ବନ୍ଧୁକ, ବିସ୍ଫୋରକ ଓ ୨୨୯ଟି ଅଫୁଟା ଗୁଳି ଜବତ
ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରେ ନକ୍ସଲ ଡମ୍ପରୁ ୮ଟି ଦେଶୀ ବନ୍ଧୁକ, ୨୨୯ଟି ଅଫୁଟା ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ସୁରକ୍ଷା ବଳ।

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନକ୍ସଲ ଦମନ ଅଭିଯାନରେ ଓଡ଼ିଶାର ପଡ଼ୋଶୀ ଛତିଶଗଡ଼ ସୁକମା ଜିଲ୍ଲାର ସୁରକ୍ଷା ବଳକୁ ଆଉ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଞ୍ଚଳର ଗୁଣ୍ଡରାଜଗୁଡ଼େମ ଓ ରାସାପଲ୍ଲୀ ଜଙ୍ଗଲରେ ମିଳିଥିବା ନକ୍ସଲଙ୍କ ଗୁପ୍ତ ଡମ୍ପରୁ ୮ଟି ଦେଶୀ ବନ୍ଧୁକ, ୨୨୯ଟି ଜୀବନ୍ତ ଗୁଳି,ଟିଫିନ୍ ଆଇଇଡି,ହ୍ୟାଣ୍ଡ ଗ୍ରେନେଡ୍ ସହ ବିପୁଳ ପରିମାଣର ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ସୌଜନ୍ୟ ସମ୍ବାଦ




