ଦେଶ ବିଦେଶ

UBT-MNS Alliance: ପ୍ରାୟ ୨୦ବର୍ଷ ପରେ ଏକାଠି ହେଲେ ଉଦ୍ଧବ-ରାଜ୍ ଠାକ୍‌ରେ, ବିଏମସି ନିର୍ବାଚନ ପାଇଁ କଲେ ମେଣ୍ଟ

ହାତ ମିଳାଇଲେ ଠା‌କରେ ବ୍ରଦର୍ସ। ବିଏମସି ନିର୍ବାଚନ ପାଇଁ କଲେ ମେଣ୍ଟ। ବାଲାସାହେବ ଠାକରେଙ୍କ ପୁଅ ଉଦ୍ଧବ ଠାକରେ ଏବଂ ପୁତୁରା ରାଜ ଠାକରେ ପ୍ରାୟ ୨୦ବର୍ଷ ପରେ ପୁନର୍ବାର ଏକାଠି ହୋଇଛନ୍ତି।

ମୁମ୍ବାଇ: ୨୦ବର୍ଷ ପରେ ହାତ ମିଳାଇଲେ ଠା‌କରେ ବ୍ରଦର୍ସ। ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ପୁତୁରା ରାଜ ଠାକରେ ପ୍ରାୟ ୨୦ବର୍ଷ ପରେ ପୁନର୍ବାର ଏକାଠି ହୋଇଛନ୍ତି। ୨୦୨୬ ବିଏମସି ନିର୍ବାଚନ ପୂର୍ବରୁ, ଶିବସେନା (UBT) ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମେଣ୍ଟ ଘୋଷଣା କରିଛନ୍ତି। ଉଭୟ ଦଳର ନେତା ଏବଂ କର୍ମୀମାନେ ଦୀର୍ଘ ସମୟ ଧରି ଏହାକୁ ଅପେକ୍ଷା କରିଆସୁଥିଲେ। ଏବେ ମେଣ୍ଟ ଘୋଷଣା ପରେ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଉଦ୍ଧବ ଠାକରେ ଏବଂ ରାଜ ଠାକରେ ଶିବତୀର୍ଥରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ମେଣ୍ଟ ଘୋଷଣା କରିଛନ୍ତି। ଏହା ଏକ ଐତିହାସିକ ଅଧ୍ୟାୟର ଆରମ୍ଭ ବୋଲି ଉଭୟ ଦଳର ନେତାମାନେ ବିଶ୍ୱାସ କରୁଛନ୍ତି।

ଆଜିର ଦିନ ଅତି ଶୁଭ

ମେଣ୍ଟ ଘୋଷଣା ପରେ ଖୁସି ବ୍ୟକ୍ତ କରି UBT ସାଂସଦ ସଞ୍ଜୟ ରାଉତ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, “ଆଜି ମରାଠୀ ଲୋକଙ୍କ ପାଇଁ ଏକ ଶୁଭ ଦିନ। ମୁଁ ସେହି ଦିନକୁ ମନେ ରଖିଛି ଯେତେବେଳେ ସଂଯୁକ୍ତ ମହାରାଷ୍ଟ୍ରର ଶୁଭ କଳସ ଆସିଥିଲା। ଆଜି ମଧ୍ୟ, ରାଜ ଏବଂ ଉଦ୍ଧବ ମରାଠୀ ଲୋକଙ୍କ ପାଇଁ ଶୁଭ କଳସ ଆଣୁଛନ୍ତି।”

ପୋଷ୍ଟରରେ ଥିଲେ ବାଲ୍ ଠାକରେ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେଣ୍ଟ ଘୋଷଣା ସମୟରେ ଏକ ପୋଷ୍ଟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପୋଷ୍ଟରରେ ନା ଥିଲେ ଉଦ୍ଧବ ଠାକରେ କିମ୍ବା ନା ଥିଲେ ରାଜ ଠାକରେ। କେବଳ ବାଲାସାହେବ ଠାକରେଙ୍କ ଫଟୋ ଦଳୀୟ ଚିହ୍ନ ସହିତ ପୋଷ୍ଟରରେ ରଖାଯାଇଥିଲା।

କେବଳ ଠାକରେ ମହାରାଷ୍ଟ୍ରର ନେତୃତ୍ୱ ନେଇପାରିବେ: ଉଦ୍ଧବ

ମେଣ୍ଟ ଘୋଷଣା କରି ଉଦ୍ଧବ ଠାକରେ କହିଥିଲେ, “କେବଳ ଠାକରେ ମହାରାଷ୍ଟ୍ରର ନେତୃତ୍ୱ ନେଇପାରିବେ। ୧୦୭ ଜଣ ସହିଦ ହେବା ପରେ ଆମେ ମହାରାଷ୍ଟ୍ର ପାଇଥିଲୁ। ସେତେବେଳେ ଆମର ଜେଜେବାପା ସେହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ମୋ ବାପା ଏବଂ ରାଜ ଠାକରେଙ୍କ ବାପା ମଧ୍ୟ ଏହି ଆନ୍ଦୋଳନରେ ସାମିଲ ଥିଲେ। ମହାରାଷ୍ଟ୍ର ମିଳିବାର ବର୍ଷ ବର୍ଷ ପରେ, ମରାଠୀ ଲୋକଙ୍କ ଅଧିକାରକୁ ରକ୍ଷା କରିବା ପାଇଁ ଶିବସେନା ପ୍ରତିଷ୍ଠିତ ହୋଇଥିଲା। ଯେଉଁମାନେ ମୂଳତଃ ମହାରାଷ୍ଟ୍ର ଚାହୁଁଥିଲେ ସେମାନେ ଏବେ ନୂତନ ପ୍ରୟାସ ଆରମ୍ଭ କରୁଛନ୍ତି। ଆମେ ଦିଲ୍ଲୀରେ ବସିଥିବା ଦୁଇ ଜଣଙ୍କୁ ରୋକିବାକୁ ଆସିଛୁ। ଆମେ ଏକାଠି ରହିବା ପାଇଁ ଏକାଠି ହୋଇଛୁ। ଆମର ଚିନ୍ତାଧାରା ସମାନ।”

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button