Mining bills: ଖଣି ବିଲ୍ ନେଇ ମୁହଁାମୁହିଁ: ‘ରାଜ୍ୟ ଅର୍ଥନୀତି ବିପଦରେ’ ଭୟଙ୍କର ଚକ୍ରାନ୍ତ, ଓଡ଼ିଶାବାସୀ ବରଦାସ୍ତ କରିବେନି
ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏହି ବିଲ୍ ପାଇଁ ଓଡ଼ିଶାର ଅର୍ଥନୀତି ଆଜି ବିପଦରେ।

ଭୁବନେଶ୍ବର: ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏହି ବିଲ୍ ପାଇଁ ଓଡ଼ିଶାର ଅର୍ଥନୀତି ଆଜି ବିପଦରେ। ଏତେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ବିଲ୍ ବିନା ଆଲୋଚନାରେ କେନ୍ଦ୍ର ସରକାର ପାରିତ କରାଇଦେଲେ। କେବଳ ବିଜେଡି ସାଂସଦମାନେ ଏହାକୁ ରାଜ୍ୟସଭାରେ ବିରୋଧ କରିଥିଲେ। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ। ପାର୍ଟି ନୁହେଁ, ମାଟିର ସ୍ୱାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡ଼ିବ। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୦୦ ମସିହାରେ ଯେତେବେଳେ ଆମେ ଓଡ଼ିଶା ଶାସନ ଦାୟିତ୍ୱ ନେଲୁ, ସେତେବେଳେ ଓଡ଼ିଶାର ଅର୍ଥନୀତି ବହୁତ ଖରାପ ଅବସ୍ଥାରେ ଥିଲା। ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ପଚାଶ ହଜାର କୋଟି ଟଙ୍କାର ବଳକା ରାଜସ୍ବ ଆମେ ଛାଡ଼ି ଯାଇଥିଲୁ। ରାଜସ୍ବ ବଳକା ରାଜ୍ୟ ସହ ଦ୍ରୁତ ପ୍ରଗତି ଆମେ ଆଣିପାରିଥିଲୁ। ଗରିବୀ କମିଥିଲା। ଏହି ଦ୍ରୁତ ବିକାଶରେ ଖଣିଜ ଟିକସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
ସୌଜନ୍ୟ ସମ୍ବାଦ




