ଦେଶ ବିଦେଶ

Accident: ଉତ୍ତରପ୍ରଦେଶରୁ ତାମିଲନାଡୁ ଯାଏଁ ଦୁର୍ଘଟଣା; ଭିନ୍ନ ସ୍ଥାନରେ ୪୮ ଜଣଙ୍କର ମୃତ୍ୟୁ

ଦେଶର ଭିନ୍ନଭିନ୍ନ ସ୍ଥାନରେ ରବିବାର ଘଟିଥିବା ଦୁର୍ଘଟଣାରେ ମୋଟ ୪୮ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଠାରୁ ତାମିଲନାଡୁ ପର୍ଯ୍ୟନ୍ତ ଘଟିଥିବା ବଡ଼ବଡ଼ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି...

ନୂଆଦିଲ୍ଲୀ: ଦେଶର ଭିନ୍ନଭିନ୍ନ ସ୍ଥାନରେ ରବିବାର ଘଟିଥିବା ଦୁର୍ଘଟଣାରେ ମୋଟ ୪୮ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଠାରୁ ତାମିଲନାଡୁ ପର୍ଯ୍ୟନ୍ତ ଘଟିଥିବା ବଡ଼ବଡ଼ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜସ୍ଥାନର କୋଟାରେ ଖାଟୁଶ୍ୟମାଙ୍କ ଦର୍ଶନ କରି ଫେରୁଥବା ପରିବାର ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁଜରାଟର କଛରେ କାର ଏବଂ ଟ୍ରେଲର ଦୁର୍ଘଟଣାରେ ଗୋଟି ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ବିହାରରେ ବିବାହ ସମାରୋହରୁ ଫେରୁଥିବା ସ୍କୋର୍ପିଓକୁ ଏକ ହାଇୱା ଧକ୍କା ଦେଇଥିଲା, ଯେଉଁଥିରେ ୪ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ତେଲେଙ୍ଗାନା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ହରିୟାଣାରେ ମଧ୍ୟ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।

ତାମିଲନାଡୁ ପୁଲିସ କହିଛି, ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ତାଞ୍ଜାଭର ଜିଲ୍ଲା ତିରୁକଟ୍ଟୁପାଲିରେ କୌଣସି ଏକ ସମାରୋହରେ ଯୋଗଦେଇ ଘରକୁ ଫେରୁଥିଲେ। ସେମାନେ ଅପରାହ୍‌ଣ ୪ଟାରେ ଏକ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଥିଲେ। ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇଥିଲେ। ସେ ରାସ୍ତାକଡ଼ର ଡାହାଣ ପାର୍ଶ୍ବରେ ଥିବା ଏକ ନିମଗଛରେ ଶକ୍ତ ଧକ୍କା ଦେଇଥିଲେ। କାରଟି ଦୁର୍ଘଟଣାର ଶିକାର ହେଲା ପରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ମୁସିରି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଅନ୍ୟ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଏକ ଇଟାଭାଟିରେ କାମ କରୁଥିଲେ। ପୁଲିସ କହିଛି ମୃତକମାନେ ହେଲେ ତାଞ୍ଜାଭୁର ଜିଲ୍ଲା ମହାରାଜାପୁରମର ଏ ମଣିକାମ (୫୦), ଶକ୍ତିଭେଲ (୪୨), ଜି ମୁରୁଗାନ (୩୮), ଏ ରାଜେଶ (୩୫), ଜି ଶୁବ୍ରମଣୀ (୩୯). ସତନପୁାା ଏସ୍‌ ସାଙ୍ଗିଲି (୪୮), ଏସ୍‌ ପଭାଦାଇ (୫୦) ଏବଂ ଟି ସୀତାରମଣ (୧୯)। ମୃତଦେହଗୁଡ଼ିକ ପୋଷ୍ଟମର୍ଟମ ପାଇଁ ତିରୁଚିସ୍ଥିତ ମହାତ୍ମା ଗାନ୍ଧୀ ସ୍ମାରକୀ ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଗୁରୁତରମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ମାମଲାର ତଦନ୍ତ କରୁଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button