ଦେଶ ବିଦେଶ
Accident: କୋଚିରେ ବିଚାରପତିଙ୍କ ନାବାଳକ ପୁଅର କାର୍ ଧକ୍କାରେ ଜଣେ ମୃତ
କେରଳର କୋଚିରେ ରବିବାର ଭୋର୍ରେ ଏକ ଦୁର୍ଘଟଣାରେ ୫୫ ବର୍ଷୀୟ ସ୍କୁଟର ଚାଳକ ଜୟବାଳକୃଷ୍ଣନଙ୍କ ମୃତ୍ୟୁ ହୋଇଛି। ଜଣେ ୧୭ ବର୍ଷୀୟ ନାବାଳକ ଚଳାଉଥିବା ମର୍ସିଡିଜ୍-ବେଞ୍ଜ୍ କାର୍ ତାଙ୍କ ସ୍କୁଟରକୁ ପଛପଟୁ ଧକ୍କା ଦେବାରୁ ଏହି ଘଟଣା ଘଟିଛି।

କୋଚି: କେରଳର କୋଚିରେ ରବିବାର ଭୋର୍ରେ ଏକ ଦୁର୍ଘଟଣାରେ ୫୫ ବର୍ଷୀୟ ସ୍କୁଟର ଚାଳକ ଜୟବାଳକୃଷ୍ଣନଙ୍କ ମୃତ୍ୟୁ ହୋଇଛି। ଜଣେ ୧୭ ବର୍ଷୀୟ ନାବାଳକ ଚଳାଉଥିବା ମର୍ସିଡିଜ୍-ବେଞ୍ଜ୍ କାର୍ ତାଙ୍କ ସ୍କୁଟରକୁ ପଛପଟୁ ଧକ୍କା ଦେବାରୁ ଏହି ଘଟଣା ଘଟିଛି। ସମ୍ପୃକ୍ତ ନାବାଳକ ଜଣକ ଜଣେ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ପୁଅ ବୋଲି ଜଣାପଡ଼ିଛି। ଚେରାନେଲ୍ଲୁର ପୁଲିସ ତାକୁ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛି।
ପୁଲିସର ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୨ଟା ୨୦ ମିନିଟ୍ରେ କୋଚିର କଣ୍ଟେନର ରୋଡ୍ରେ ଏକ ଫୋର୍ଡ ସୋ’ରୁମ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଭଲ୍ଲାରପାଡମ୍ରୁ କଲାମାସେରି ଅଭିମୁଖେ ଯାଉଥିବା କାର୍ଟି ଚେରାନେଲ୍ଲୁର ଦେଇ ଯିବା ସମୟରେ ସମାନ ଦିଗରେ ଯାଉଥିବା ସ୍କୁଟରକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କାରେ ଜୟବାଳକୃଷ୍ଣନ ଗୁରୁତର ଆହତ ହୋଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୌଜନ୍ୟ ସମ୍ବାଦ




