ଦେଶ ବିଦେଶ

Ahmadebad: ଅହମଦାବାଦରେ ୧ କୋଟି ଟଙ୍କାର ଗ୍ୟାଜେଟ୍ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗୁଜରାଟର ଅହମଦାବାଦ ଜିଲ୍ଲାରେ ଥିବା ଏକ ଗୋଦାମରୁ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ୭୦ଟି ଆଇଫୋନ୍‌, ୩୬ଟି ଆପଲ୍‌ ୱାଚ୍‌, ଡେଲ୍‌ ଓ ଏଚ୍‌ପି ଲାପ୍‌ଟପ୍‌ ସମେତ ବିଭିନ୍ନ ଉପକରଣ ରହିଛି

ଅହମଦାବାଦ: ଗୁଜରାଟର ଅହମଦାବାଦ ଜିଲ୍ଲାରେ ଥିବା ଏକ ଗୋଦାମରୁ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ୭୦ଟି ଆଇଫୋନ୍‌, ୩୬ଟି ଆପଲ୍‌ ୱାଚ୍‌, ଡେଲ୍‌ ଓ ଏଚ୍‌ପି ଲାପ୍‌ଟପ୍‌ ସମେତ ବିଭିନ୍ନ ଉପକରଣ ରହିଛି। ଗୋଦାମରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରିର ଦୃଶ୍ୟ କଏଦ ହୋଇଛି। ଏହାକୁ ଆଧାର କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଉଦ୍ୟମ ଚଳାଇଛି।

ଅହମଦାବାଦ ଜିଲ୍ଲାର ସନାଥଲ୍‌ ସର୍କଲ୍‌ ନିକଟ ନବାପୁରା ଗାଁ ପାଖରେ ଥିବା ଇନ୍‌ଗ୍ରାମ୍‌ ମାଇକ୍ରୋ କମ୍ପାନିର ଗୋଦାମରେ ଏହି ଚୋରି ହୋଇଛି। ଅକ୍ଟୋବର ୨୧ ତାରିଖ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଗୋଦାମର ପଛପଟେ ଥିବା ଖୋଲା ପଡ଼ିଆ ଦେଇ ପ୍ରାୟ ତିନିଜଣ ଦୁର୍ବୃତ୍ତ ଭିତରକୁ ପଶିଥିଲେ। ପରେ ପଛପଟ କବାଟ ଭାଙ୍ଗି ଗୋଦାମ ଭିତରେ ପଶି ଦାମୀ ସାମଗ୍ରୀ ଲୁଟି ନେଇଥିଲେ। ସିସିଟିଭି ଦୃଶ୍ୟରୁ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ପାଇଁ ମୁହଁ ଓ ମୁଣ୍ଡକୁ କପଡ଼ାରେ ଘୋଡ଼ାଇଥିବା ଦେଖିବାକୁ ମିଳିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button