ଦେଶ ବିଦେଶ
Accident: ଫୋନ୍ ଧରିବାକୁ ରାସ୍ତାକଡ଼ରେ ବାଇକ୍ ରଖିବା ପରେ ଦ୍ରୁତଗାମୀ କାର୍ ମାଡ଼ିଗଲା; ପରିବାରର ୩ ମୃତ
ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ଏକ ପରିବାର ଫୋନ୍ କଲ୍ ଧରିବା ପାଇଁ ରାସ୍ତାକଡ଼ରେ ବାଇକ୍ ରଖିଥିଲେ। ହେଲେ ଏତିକିବେଳେ ଏକ ଦ୍ରୁତଗାମୀ କାର୍ ଆସି ବାଇକ୍କୁ ପଛରୁ ଧକ୍କା ଦେବାରୁ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି।

ତ୍ରିଶୂର,: ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ଏକ ପରିବାର ଫୋନ୍ କଲ୍ ଧରିବା ପାଇଁ ରାସ୍ତାକଡ଼ରେ ବାଇକ୍ ରଖିଥିଲେ। ହେଲେ ଏତିକିବେଳେ ଏକ ଦ୍ରୁତଗାମୀ କାର୍ ଆସି ବାଇକ୍କୁ ପଛରୁ ଧକ୍କା ଦେବାରୁ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ମୃତକମାନେ ହେଲେ ତ୍ରିଶୂର ଜିଲ୍ଲା ଚାଭାକ୍କଡ ଅନ୍ତର୍ଗତ ଏଡକାଝିୟୁରର ମୁନୀର (୩୫), ତାଙ୍କ ପତ୍ନୀ ସଫ୍ନା (୨୫) ଓ ସେମାନଙ୍କ ୩ ବର୍ଷର ପୁଅ ୟାମିଲ୍ ଆଇବାକ୍।
ସୌଜନ୍ୟ ସମ୍ବାଦ




