ରାଜ୍ୟ
Accident: ବାଇକ୍ ଦୁର୍ଘଟଣାରେ କଲେଜ୍ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ
ସୁକିନ୍ଦା ଥାନା ଅଶୋକଝର ରାସ୍ତାର କବାଟ-ରେଙ୍ଗାଲି ବାମ କେନାଲ ମଧ୍ୟବର୍ତ୍ତୀ ରାସ୍ତାରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ରାଇଡର ବାଇକ୍(ଓଡି-୦୬ପି-୨୩୮୬) ପାର୍ଶ୍ବସ୍ଥ ପେଟି କେନାଲ ଓ ବିଲହୁଡ଼ାରୁ ଉଦ୍ଧାର...

କାଳିଆପାଣି (ରବି ନାରାୟଣ କର): ସୁକିନ୍ଦା ଥାନା ଅଶୋକଝର ରାସ୍ତାର କବାଟ-ରେଙ୍ଗାଲି ବାମ କେନାଲ ମଧ୍ୟବର୍ତ୍ତୀ ରାସ୍ତାରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ରାଇଡର ବାଇକ୍(ଓଡି-୦୬ପି-୨୩୮୬) ପାର୍ଶ୍ବସ୍ଥ ପେଟି କେନାଲ ଓ ବିଲହୁଡ଼ାରୁ ଉଦ୍ଧାର କରାଯାଇଛି। ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବାଦଲ ମହାନ୍ତ, ବିପୁଲ ରଞ୍ଜନ ଦାସ ଓ ସଞ୍ଜିତ ମହାରଣା ତାଙ୍କୁ ଉଦ୍ଧାରକରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସୌଜନ୍ୟ ସମ୍ବାଦ




