ଜିଲ୍ଲାରାଜ୍ୟ

Accident: ବ୍ରିଜ ତଳକୁ ଓଲଟିଲା କାର୍‌, ଜଣେ ମୃତ

ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ତଳକୁ ଏକ କାର୍ ଖସି ଜଣେ ମୃତ୍ୟବରଣ କରିଛନ୍ତି। ଡିମିରି ପଲ୍ଲୀ ଛକରେ ଥିବା ଉକ୍ତ ବ୍ରିଜ ତଳକୁ ଭୋର ସମୟରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି। ଦୁର୍ଘଟଣାଗ୍ରସ୍ତ କାରରେ ମାଲିକ ସୁନୀଲ ମହାନ୍ତି (୪୫) ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ଭଞ୍ଜନଗର:ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ତଳକୁ ଏକ କାର୍ ଖସି ଜଣେ ମୃତ୍ୟବରଣ କରିଛନ୍ତି। ଡିମିରି ପଲ୍ଲୀ ଛକରେ ଥିବା ଉକ୍ତ ବ୍ରିଜ ତଳକୁ ଭୋର ସମୟରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି। ଦୁର୍ଘଟଣାଗ୍ରସ୍ତ କାରରେ ମାଲିକ ସୁନୀଲ ମହାନ୍ତି (୪୫) ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତକଙ୍କ ଘର ଭଞ୍ଜନଗର ସହରର ଏଲଆଇସି କଲୋନୀ ଦ୍ୱିତୀୟ ଲାଇନରେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେ ଲଣ୍ଡେଇସାହିରେ ପରିବାର ସହ ରହୁଛନ୍ତି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି।

୨୦ ଫୁଟ ତଳକୁ ଗାଡ଼ିଟି ଓଲଟି ପଡ଼ିଥିଲା

ଘଟଣାରୁ ପ୍ରକାଶ ଯେ, ସୁନୀଲ ଶୁକ୍ରବାର ସକାଳେ ଭୁବନେଶ୍ବର ରାସ୍ତା ଆଡୁ ଭଞ୍ଜନଗର ଫେରୁଥିଲେ କିମ୍ବା ଭଞ୍ଜନଗରରୁ ବେଲଗୁଣ୍ଠା ଅଭିମୁଖେ ଯାଉଥିଲେ । ଏହି ସମୟରେ ଡିମିରିପଲ୍ଲୀ ବ୍ରିଜ ଉପରେ ସୁନୀଲ ଗାଡ଼ିରୁ ଭାରସାମ୍ୟ ହରାଇବାରୁ ବ୍ରିଜ ତଳକୁ ପ୍ରାୟ ୨୦ ଫୁଟ ତଳକୁ ଗାଡ଼ିଟି ଓଲଟି ପଡ଼ିଥିଲା। ଏହାପରେ ସଂପୃକ୍ତ ଅଞ୍ଚଳବାସୀ ପୁଲିସକୁ ଖବର ଦେବା ସହ ଲୋକଙ୍କ ସହଯୋଗରେ ଚିକିତ୍ସା ପାଇଁ ତାଙ୍କୁ ଭଞ୍ଜନଗର ହସ୍ପିଟାଲ ଅଣାଯାଇଥିଲା। ମେଡିକାଲରେ ସୁନୀଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁନୀଲ ବିଭିନ୍ନ ବ୍ୟବସାୟ କରୁଥିଲେ। ଗାଡ଼ିରେ ଅନ୍ୟ କିଏ ଥିଲେ କି ନାହିଁ ସେନେଇ ସ୍ପଷ୍ଟ ଜଣାପଡ଼ିନାହିଁ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button