AI Summit 2026:ଏଆଇ ସମ୍ମିଳନୀ ୨୦୨୬: ତୁମର ଡାଟା ତୁମର ଅଧିକାର: ମୋଦୀ

ଭାରତରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ର ଚତୁର୍ଥ ଦିବସରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବନେତାଙ୍କୁ ସମ୍ବୋଧିତ କରିବା ସହିତ କୃତ୍ରିମ ବୁଦ୍ଧିମତ୍ତା ପାଇଁ ତାଙ୍କର ମାନବ-କେନ୍ଦ୍ରିକ ‘ଏମ୍‌ଏଏନ୍‌ଏଭି ବା ମାନବ'' ଦୃଷ୍ଟିକୋଣ ଉନ୍ମୋଚନ କରିଛନ୍ତି।

ନୂଆଦିଲ୍ଲୀ, ୧୯/୨: ଭାରତରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ର ଚତୁର୍ଥ ଦିବସରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବନେତାଙ୍କୁ ସମ୍ବୋଧିତ କରିବା ସହିତ କୃତ୍ରିମ ବୁଦ୍ଧିମତ୍ତା ପାଇଁ ତାଙ୍କର ମାନବ-କେନ୍ଦ୍ରିକ ‘ଏମ୍‌ଏଏନ୍‌ଏଭି ବା ମାନବ” ଦୃଷ୍ଟିକୋଣ ଉନ୍ମୋଚନ କରିଛନ୍ତି। ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଏଆଇର ଭବିଷ୍ୟତ ନୈତିକ, ସାର୍ବଭୌମ ଏବଂ ବୈଧ ହେବା ଆବଶ୍ୟକ। ଏହି ଅବସରରେ ସେ ତୁମର ଡାଟା ତୁମର ଅଧିକାର ବୋଲି କହିଛନ୍ତି। ଏଆଇ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଓ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେ‌ରେସ୍‌ ସମ୍ବୋଧିତ କରିଥିଲେ। ଶିଖର ସମ୍ମିଳନୀରେ ମୋଦୀ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତା ମେସିନଗୁଡ଼ିକୁ ବୁଦ୍ଧିମାନ କରୁଛି ଏବଂ ମାନବ କ୍ଷମତାକୁ ବହୁଗୁଣ ବୃଦ୍ଧି କରୁଛି। ସେ କହିଛନ୍ତି ଯେ, ଏଥର ପାର୍ଥକ୍ୟ ହେଉଛି ଅଭୂତପୂର୍ବ ଗତି ଏବଂ ଅପ୍ରତ୍ୟାଶିତ ପରିମାଣ। ସେ କହିଥିଲେ, ପୂର୍ବରୁ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ଦେଖାଯିବାକୁ ଦଶନ୍ଧି ଦଶନ୍ଧି ଲାଗୁଥିଲା। ବର୍ତ୍ତମାନ ମେସିନରୁ ଶିଖିବାଠାରୁ ମେସିନକୁ ଶିଖିବା ଅଧିକ ସହଜ ହୋଇପାରିଛି।

Exit mobile version