ଦେଶ ବିଦେଶ

Air India Express: ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ର ୪ ପାଇଲଟ୍‌ଙ୍କ ସହ ୮ କ୍ରୁ ସଦସ୍ୟ ନିଲମ୍ବିତ

ନିର୍ଦ୍ଧାରିତ ସମୟ ମଧ୍ୟରେ ମଦ୍ୟପାନ ପରୀକ୍ଷା ନ କରାଇବା ଅଭିଯୋଗରେ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ର ୮ ଜଣ କ୍ରୁ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ପାଇଲଟ୍‌ ଥିବା ଜଣାପଡ଼ିଛି।

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ମଧ୍ୟରେ ମଦ୍ୟପାନ ପରୀକ୍ଷା ନ କରାଇବା ଅଭିଯୋଗରେ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ର ୮ ଜଣ କ୍ରୁ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ପାଇଲଟ୍‌ ଥିବା ଜଣାପଡ଼ିଛି। ଦୁବାଇରୁ ଅମୃତସର ଆସୁଥିବା ଏକ ବିମାନର ଉଡ଼ାଣ ସହ ଜଡ଼ିତ ଘଟଣାକୁ ନେଇ କମ୍ପାନି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ରିପୋର୍ଟ ଅନୁସାରେ, ଦୁବାଇ-ଅମୃତସର ବିମାନର କ୍ରୁ ସଦସ୍ୟମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଲକୋହଲ୍‌ ଟେଷ୍ଟ କରାଇ ନ ଥିଲେ। ବିମାନ ଚଳାଚଳ ସୁରକ୍ଷା ନିୟମ ଅନୁସାରେ ଉଡ଼ାଣ ପୂର୍ବରୁ କ୍ରୁ ସଦସ୍ୟଙ୍କ ମଦ୍ୟପାନ ପରୀକ୍ଷା କରାଯିବା ଆବଶ୍ୟକ। ଏହି ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ଉଡ଼ାଣ ସମୟରେ ପାଇଲଟ୍‌ ଓ ଅନ୍ୟ କ୍ରୁ ସଦସ୍ୟମାନେ ମଦ୍ୟପାନ କରିନଥିବା ନିଶ୍ଚିତ କରିବା। ଘଟଣା ସମ୍ପର୍କରେ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ପକ୍ଷରୁ ତଦନ୍ତ କରାଯିବା ପରେ ୮ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ବିମାନ ଚଳାଚଳରେ ସୁରକ୍ଷା ନିୟମ ପାଳନର ଗୁରୁତ୍ୱକୁ ପୁଣି ସାମ୍ନାକୁ ଆଣିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button