ନୂଆଦିଲ୍ଲୀ: ଦେଶର ବିମାନ ଭଡ଼ା ମହଙ୍ଗା ହେବା ଆଶଙ୍କା ଦେଖାଦେଇଛି। ଜେଟ୍ ଇନ୍ଧନ ମୂଲ୍ୟ ଦୁଇଗୁଣାରୁ ଅଧିକ ବୃଦ୍ଧି ପାଇଛି। ଏହା ଯୋଗୁଁ ବିମାନ ଭଡ଼ା ମଧ୍ୟ ଶୀଘ୍ର ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ବୁଧବାର ତୈଳ କମ୍ପାନିଗୁଡ଼ିକ ଏପ୍ରିଲ ମାସ ପାଇଁ ବିମାନ ଟର୍ବାଇନ୍ ଇନ୍ଧନ ମୂଲ୍ୟ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ, ଘରୋଇ ବିମାନ ପାଇଁ ଜେଟ୍ ଇନ୍ଧନ ମୂଲ୍ୟ ପ୍ରାୟ ୧୧୫ ପ୍ରତିଶତ ଏବଂ ଅନ୍ତର୍ଜାତୀୟ ବିମାନ ପାଇଁ ପ୍ରାୟ ୧୦୭ ପ୍ରତିଶତ ବୃଦ୍ଧି ପାଇଛି। ଟଙ୍କାର ମୂଲ୍ୟରେ କ୍ରମାଗତ ହ୍ରାସ ବିମାନ କମ୍ପାନିଗୁଡ଼ିକ ଉପରେ ବୋଝକୁ ବୃଦ୍ଧି କରିଛି। ଏହି ବୃଦ୍ଧି ପରେ, ଭାରତର ସବୁଠାରୁ ବ୍ୟସ୍ତବହୁଳ ବିମାନ ଚଳାଚଳ କେନ୍ଦ୍ର, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜେଟ୍ ଇନ୍ଧନର ମୂଲ୍ୟ ଏବେ ପ୍ରତି କିଲୋ ଲିଟର ବା ଏକ ହଜାର ଲିଟର ପିଛା ୨,୦୭,୩୪୧ ଟଙ୍କା ହୋଇଛି।
Airfare will become expensive: ମହଙ୍ଗା ହେବ ବିମାନ ଭଡ଼ା!: ପ୍ରଥମ ଥର ପାଇଁ ଘରୋଇ ଉଡ଼ାଣ ଜେଟ୍ ଇନ୍ଧନ ମୂଲ୍ୟ ୨ ଲକ୍ଷ ଟପିଲା
ଦେଶର ବିମାନ ଭଡ଼ା ମହଙ୍ଗା ହେବା ଆଶଙ୍କା ଦେଖାଦେଇଛି। ଜେଟ୍ ଇନ୍ଧନ ମୂଲ୍ୟ ଦୁଇଗୁଣାରୁ ଅଧିକ ବୃଦ୍ଧି ପାଇଛି। ଏହା ଯୋଗୁଁ ବିମାନ ଭଡ଼ା ମଧ୍ୟ ଶୀଘ୍ର ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।
