ତେଳ ଅଭିଭ୍: ମଧ୍ୟପ୍ରାଚ୍ୟରେ ଇରାନ ସହିତ ଲଢ଼ିବାକୁ ଇସ୍ରାଏଲ ନୂଆ ମେଣ୍ଟ ଗଢ଼ିବାକୁ ଯାଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି, ଇରାନର ସାମରିକ ଏବଂ ପରମାଣୁ ମହତ୍ୱାକାଂକ୍ଷା ପାଇଁ ବିପଦ ମନେକରୁଥିବା କରିବାକୁ ସମାନ ଚିନ୍ତାଧାରା ଥିବା ଅନ୍ୟ ଆରବ ଦେଶମାନଙ୍କ ସହିତ ଇସ୍ରାଏଲର ସମ୍ପର୍କ ଗଭୀର ହେଉଛି।
ପଶ୍ଚିମ ଏସିଆର ଏହି ଗୁରୁତ୍ବପୂର୍ଣ୍ଣ ଦେଶଗୁଡ଼ିକ ସହିତ ଇସ୍ରାଏଲ ନୂଆ ଭାବେ ମେଣ୍ଟ କରିବାକୁ ବୋଲି ନେତାନ୍ୟାହୁ ସଙ୍କେତ ଦେଇଛନ୍ତି। ମେଣ୍ଟ କରିବାକୁ ଯାଉଥିବା ସମ୍ପୃକ୍ତ ଦେଶଗୁଡ଼ିକର ନାମ ସେ କହିନଥିବାବେଳେ ଖୁବ୍ଶୀଘ୍ର ମେଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ରଖିବେ ବୋଲି କହିଛନ୍ତି। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଷମତା ସମ୍ପର୍କରେ ଉଲ୍ଲେଖ କରି ନେତାନ୍ୟାହୁ କହିଛନ୍ତି, ଆମେ ଜୋରଦାର ଆକ୍ରମଣ କରି ଦୁଇଟି ବିପଦକୁ ଦୂର କରିଦେଇଛୁ।
ଆମେ ଜୋରଦାର ଆକ୍ରମଣ କରି ଦୁଇଟି ବିପଦକୁ ଦୂର କରିଦେଇଛୁ
ଇସ୍ରାଏଲୀ ନେତା ଦାବି କରିଛନ୍ତି ଯେ ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ଇରାନର ଅସ୍ତ୍ରଶସ୍ତ୍ର ବିକାଶ କ୍ଷମତାକୁ ଯଥେଷ୍ଟ ଦୁର୍ବଳ କରିଦେଇଛି। ଆମେରିକା -ଇସ୍ରାଏଲ ଆକ୍ରମଣ ଦ୍ବାରା ଇରାନରେ ଭୟଙ୍କର ଓ ବିଧ୍ବଂସକାରୀ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାର ଶିଳ୍ପକୁ ଦୁର୍ବଳ ହୋଇଛି ଓ ଏହାଦ୍ବାରା ଇରାନର ବ୍ୟାପକ ଆଞ୍ଚଳିକ ପ୍ରଭାବ ହ୍ରାସ କରାଯାଇପାରିଛି। ଇରାନ ସମର୍ଥିତ ହେଜବୁଲ୍ଲା ଆଉ ଇସ୍ରାଏଲ ପାଇଁ ବିପଦ ହୋଇ ରହିନାହିଁ। ଏହାଦ୍ବାରା ଆଗକୁ ଇରାନରେ ବ୍ୟାପକ ପରିବର୍ତ୍ତନ ଘଟିବ ଓ ଆଜି ନହେଲେ କାଲି ଇରାନରେ ଶାସନର ପତନ ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି।
ସୌଜନ୍ୟ ସମ୍ବାଦ
