Alipsa Biswal: ୨୩ ବର୍ଷରୁ କମ୍ ମହିଳା ଦିନିକିଆ, ଅଲିପ୍‌ସା ଓଡ଼ିଶା ଅଧିନାୟିକା

କଟକ: ବିସିସିଆଇ ୨୩ବର୍ଷରୁ କମ୍‌ ମହିଳା ଦିନିକିଆ ଲାଗି ସୋମବାର ଓଡ଼ିଶା ଦଳ ଘୋଷିତ ହୋଇଛି। ମହିଳା ଚୟନ କମିଟି ଅଧ୍ୟକ୍ଷ ସସ୍ମିତା ପଟ୍ଟନାୟକ ଓ ମୁଖ୍ୟ ପ୍ରଶିକ୍ଷକ ସ୍ବାଗତିକା ରଥ ୧୮ଜଣିଆ ଦଳ ଘୋଷଣା କରିଛନ୍ତି। ଓଡ଼ିଶା ମାର୍ଚ୍ଚ ୩ ତାରିଖରେ ପ୍ରଥମ ମ୍ୟାଚ୍‌ ଉତ୍ତରପ୍ରଦେଶ ବିପକ୍ଷରେ ଖେଳିବ।

ଓଡ଼ିଶା ମହିଳା ଦଳ: ଅଲିପ୍‌ସା ବିଶ୍ବାଳ (ଅଧିନାୟିକା), ଅନନ୍ୟା ମିଶ୍ର, ଦିବ୍ୟା ରାଉତରାୟ, ଜିଏମ୍‌ ଅଳକାନନ୍ଦ, ଯୋଶୀ ନାୟକ, ଜ୍ୟୋତିକୁମାରୀ ପ୍ରସାଦ, ଲେଖା ଲୟାଲ୍‌କା, ମେଘନା ପାଢ଼ୀ, ମିତାଲି ଶର୍ମା, ପ୍ରାର୍ଥନା ପ୍ରତିଶ୍ରୁତି, ପୂଜାରାଣୀ ଦାସ, ଏସ୍‌ବି ଲରେନ୍‌ସ, ସାଇ କୃପା, ଶାରଦା ମହାନନ୍ଦ (ଓ୍ବିକେଟ୍‌କିପର), ସୋନାଲିସା ସାହୁ, ଶୁଭ୍ରା ନିର୍ଝରିଣୀ ସ୍ବାଇଁ, ସୁଚିସ୍ମିତା ପଣ୍ଡା, ସୁଲଗ୍ନା ନାୟକ।

ସୌଜନ୍ୟ ସମ୍ବାଦ

Exit mobile version