ନୂଆଦିଲ୍ଲୀ: ଇରାନ ଆମେରିକା ଉପରେ ଗୁରୁତର ଅଭିଯୋଗ କରିଛି ଯେ ସେମାନେ କେବଳ ଆଲୋଚନାର ନାଟକ କରୁଛନ୍ତି, କିନ୍ତୁ ଗୁପ୍ତଭାବେ ସ୍ଥଳ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ କହିଛନ୍ତି ଯେ, ଆମେରିକାର ଦୋମୁହାଁ ନୀତି ସ୍ପଷ୍ଟ, ବାହାରୁ ସେମାନେ ଶାନ୍ତିର ସନ୍ଦେଶ ଦେଉଛନ୍ତି, କିନ୍ତୁ ଭିତରେ ଯୁଦ୍ଧର ଯୋଜନା କରୁଛନ୍ତି। ସେ କହିଛନ୍ତି ଯେ, ଇରାନୀ ସେନା ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ଆମେରିକୀୟ ସେନା ଯଦି ସ୍ଥଳ ଆକ୍ରମଣ ପାଇଁ ପ୍ରବେଶ କରେ, ସେମାନଙ୍କୁ ଧ୍ୱଂସ କରିଦିଆଯିବ।
ଏହି ଅଭିଯୋଗ ସହିତ ଇରାନୀ ବିଦେଶମନ୍ତ୍ରୀ ଅବ୍ବାସ ଆରାଘଚି ଲେବାନନରେ ତିନିଜଣ ସାମ୍ବାଦିକଙ୍କ ମୃତ୍ୟୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା କେବଳ ମଧ୍ୟପ୍ରାଚ୍ୟ ପାଇଁ ନୁହେଁ, ବିଶ୍ୱ ସଚେତନତା ପାଇଁ ମଧ୍ୟ ଗୁରୁତର ସତର୍କବାଣୀ। ଏହି ଆକ୍ରମଣକୁ ସେ ‘ଟାର୍ଗେଟ କିଲିଂ’ ବୋଲି ବର୍ଣ୍ଣନା କରିଛନ୍ତି।
ସୌଜନ୍ୟ ସମ୍ବାଦ
