ଦେଶ ବିଦେଶ

America: ପୁଅ ସହ ଯୌନ ସମ୍ପର୍କ ରଖିଥିବା ସ୍ବୀକାର କଲେ ଆମେରିକୀୟ ମହିଳା: ଘରୋଇ ବିବାଦରୁ ସାମ୍ନାକୁ ଆସିଲା ଘଟଣା

ଘରୋଇ ବିବାଦର ତଦନ୍ତ କରିବାକୁ ଯାଇ ଆମେରିକାର ଫ୍ଲୋରିଡା ପୁଲିସ ଏକ ଅସ୍ୱାଭାବିକ ଘଟଣା ସମ୍ପର୍କରେ ଜାଣିବାକୁ ପାଇଛି। ଲେକ୍‌ଲ୍ୟାଣ୍ଡ ଅଞ୍ଚଳର ୪୬ ବର୍ଷୀୟା କ୍ରିଷ୍ଟିନା କ୍ଲେମେନ୍ସ ଓ ତାଙ୍କ ୨୨ ବର୍ଷୀୟ ପୁଅ ସେନ୍‌ କ୍ଲେମେନ୍ସଙ୍କ ବିରୋଧରେ ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ମାମଲା ହୋଇଛି।

ଲେକ୍‌ଲ୍ୟାଣ୍ଡ: ଘରୋଇ ବିବାଦର ତଦନ୍ତ କରିବାକୁ ଯାଇ ଆମେରିକାର ଫ୍ଲୋରିଡା ପୁଲିସ ଏକ ଅସ୍ୱାଭାବିକ ଘଟଣା ସମ୍ପର୍କରେ ଜାଣିବାକୁ ପାଇଛି। ଲେକ୍‌ଲ୍ୟାଣ୍ଡ ଅଞ୍ଚଳର ୪୬ ବର୍ଷୀୟା କ୍ରିଷ୍ଟିନା କ୍ଲେମେନ୍ସ ଓ ତାଙ୍କ ୨୨ ବର୍ଷୀୟ ପୁଅ ସେନ୍‌ କ୍ଲେମେନ୍ସଙ୍କ ବିରୋଧରେ ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ମାମଲା ହୋଇଛି। ମା’ ନିଜ ପୁଅ ସହ ପ୍ରାୟ ୧୦୦ ଥର ଯୌନ ସମ୍ପର୍କ ରଖିଥିବା ପୁଲିସକୁ କହିଥିବା ପୋଲ୍କ କାଉଣ୍ଟି ଶେରିଫ୍‌ ଗ୍ରାଡି ଜଡ୍‌ ସୂଚନା ଦେଇଛନ୍ତି।

ଘଟଣାଟି ଅଗଷ୍ଟ ମାସରେ ଘଟିଥିଲା। କ୍ରିଷ୍ଟିନା ପୁଲିସକୁ ଫୋନ୍‌ କରି ତାଙ୍କ ପୁଅ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ। ପୁଲିସ ଘରେ ପହଞ୍ଚି ସେନ୍‌ଙ୍କୁ ଗିରଫ କରିଥିଲା। ଏହା ପରେ ପଚରାଉଚରା ସମୟରେ ସେନ୍‌ ଅଧିକାରୀମାନଙ୍କୁ କହିଥିଲେ ଯେ, ସେ ୧୮ ବର୍ଷ ବୟସର ହେବା ପରଠାରୁ ତାଙ୍କ ମା’ଙ୍କ ସହ ଯୌନ ସମ୍ପର୍କ ରଖିଆସୁଛନ୍ତି। ପରେ ତଦନ୍ତକାରୀମାନେ କ୍ରିଷ୍ଟିନାଙ୍କୁ ମଧ୍ୟ ଏ ସମ୍ପର୍କରେ ପଚାରିଥିଲେ।

ତାଙ୍କ ପୁଅ କହିଥିବା କଥା ସତ କି ବୋଲି ପଚରାଯିବାରୁ ସେ ଏହି ସମ୍ପର୍କକୁ ସ୍ୱୀକାର କରିବା ସହ ପ୍ରାୟ ୧୦୦ ଥର ଏଭଳି ଘଟିଥିବା କହିଥିଲେ ବୋଲି ଶେରିଫ୍‌ ଜଡ୍‌ କହିଛନ୍ତି। ପୁଲିସ ଏହାକୁ ଆଇନବିରୋଧୀ ସମ୍ପର୍କ ବୋଲି କହି ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି। ତଦନ୍ତ ବେଳେ ପୁଲିସ କ୍ରିଷ୍ଟିନାଙ୍କ ସ୍ୱାମୀଙ୍କୁ ମଧ୍ୟ ପଚରାଉଚରା କରିଥିଲା। ସେ ନିଜ ପତ୍ନୀ ଓ ପୁଅଙ୍କ ମଧ୍ୟରେ ଏଭଳି ସମ୍ପର୍କ ଥିବା ବିଷୟରେ ଜାଣିନଥିବା କହିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button