America is begging in front of India: ଭାରତ ସମେତ ବିଶ୍ୱ ଆଗରେ ଭିକ୍ଷା ମାଗୁଛି ଆମେରିକା: ଏଭଳି କହି ଟ୍ରମ୍ପଙ୍କୁ କଟାକ୍ଷ କଲେ ଇରାନୀ ବୈଦେଶିକ ମନ୍ତ୍ରୀ

ଇରାନର ବୈଦେଶିକ ମନ୍ତ୍ରୀ ଆରାଘଚି ରୁଷୀୟ ତୈଳକୁ ନେଇ ଆମେରିକାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ୱାସିଂଟନ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶକୁ ରୁଷୀୟ ତୈଳ କିଣିବା ପାଇଁ ଭିକ୍ଷା ମାଗୁଛି।

ତେହେରାନଇରାନର ବୈଦେଶିକ ମନ୍ତ୍ରୀ ଆରାଘଚି ରୁଷୀୟ ତୈଳକୁ ନେଇ ଆମେରିକାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ୱାସିଂଟନ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶକୁ ରୁଷୀୟ ତୈଳ କିଣିବା ପାଇଁ ଭିକ୍ଷା ମାଗୁଛି। ଆମେରିକା ପୂର୍ବରୁ ରୁଷ ଠାରୁ ଆମଦାନି ବନ୍ଦ କରିବା ପାଇଁ ଚାପ ପକାଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଗଣମାଧ୍ୟମର ଏକ ରିପୋର୍ଟ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ଇରାନ ଯୁଦ୍ଧ ରୁଷର ତୈଳ ଶିଳ୍ପ ପାଇଁ ସଞ୍ଜିବନୀ ପାଲଟିଛି।

ଆମେରିକା ଏବେ ରୁଷର ଅଶୋଧିତ ତେଲ କିଣିବାକୁ ଅନୁରୋଧ କରୁଛି

ପୋଷ୍ଟରେ ଆରାଘଚି ଲେଖିଛନ୍ତି, ଆମେରିକା ମାସ ମାସ ଧରି ଭାରତକୁ ରୁଷରୁ ତେଲ ଆମଦାନି ବନ୍ଦ କରିବାକୁ ଧମକ ଦେଇ ଆସୁଥିଲା। ଇରାନ ସହିତ ଦୁଇ ସପ୍ତାହର ଯୁଦ୍ଧ ପରେ, ହ୍ୱାଇଟ୍ ହାଉସ୍ ଏବେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶକୁ ରୁଷର ଅଶୋଧିତ ତେଲ କିଣିବାକୁ ଅନୁରୋଧ କରୁଛି। ୟୁରୋପ ଭାବିଥିଲା ​ ଇରାନ ବିରୋଧରେ ଏକ ବେଆଇନ ଯୁଦ୍ଧକୁ ସମର୍ଥନ କରିବା ଦ୍ୱାରା ରୁଷ ବିପକ୍ଷରେ ଆମେରିକାର ସମର୍ଥନ ମିଳିବ। କିନ୍ତୁ ଏପରି କିଛି ହେଲା ନାହିଁ। ସବଚ ଯୋଜନା ଫସର ଫାଟିଲା। ଆମେରିକା ରୁଷୀୟ ତୈଳ କ୍ରୟ ଉପରେ ଅସ୍ଥାୟୀ ଭାବରେ ପ୍ରତିବନ୍ଧକ ଉଠାଇବା ଘୋଷଣା କରିବାର ଗୋଟିଏ ଦିନ ପରେ ଆରାଘଚିଙ୍କ ମନ୍ତବ୍ୟ ଆସିଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି, ଅର୍ଥ ବିଭାଗ ରୁଷୀୟ ତୈଳ କ୍ରୟ ପାଇଁ ୩୦ ଦିନର ଅନୁମୋଦନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଅନୁମୋଦନ କେବଳ ସମୁଦ୍ରରେ ପୂର୍ବରୁ ଥିବା ରୁଷୀୟ ତୈଳ ପାଇଁ ପ୍ରଯୁଜ୍ୟ ହେବ। କିଛି ଦିନ ପୂର୍ବରୁ ଆମେରିକା ଭାରତ ପାଇଁ ଏଭଳି ଛାଡ୍ ଘୋଷଣା କରିଥିଲା।

ସ୍କଟ୍ ବେସାଣ୍ଟ କହିଛନ୍ତି ଯେ ଏହାର ଲକ୍ଷ୍ୟ ହେଉଛି ବିଦ୍ୟମାନ ତୈଳ ଯୋଗାଣକୁ ବିସ୍ତାର କରିବା। ଆମେରିକା ରାଷ୍ଟ୍ରପତି ବିଶ୍ୱ ଶକ୍ତି ବଜାରରେ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଏବଂ ମୂଲ୍ୟକୁ କମ୍ ରଖିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେଉଛନ୍ତି। ଏହା ରୁଷକୁ ବିଶେଷ ଲାଭ ଦେବ ନାହିଁ, କାରଣ ଅନୁମୋଦିତ ତୈଳ ପୂର୍ବରୁ ସମୁଦ୍ରରେ ଅଛି ବୋଲି ସେ କହିଛନ୍ତି।

ଆରାଘଚିଙ୍କ ଦ୍ୱାରା ସେୟାର କରାଯାଇଥିବା ରିପୋର୍ଟରେ କୁହାଯାଇଛି, ଇରାନ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ଯୋଗୁ ରୁଷ ପ୍ରତିଦିନ ଅତିରିକ୍ତ ୧୫୦ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୧,୩୮୯ କୋଟି ଟଙ୍କା ରୋଜଗାର କରୁଛି। କାରଣ ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଛି । ସଂଘର୍ଷର ପ୍ରଥମ ୧୨ ଦିନରେ, ରୁଷ ତୈଳ ରପ୍ତାନିରୁ ୧.୩ ବିଲିୟନରୁ ୧.୯ ବିଲିୟନ ଡଲାର ଅତିରିକ୍ତ ରାଜସ୍ୱ ଆୟ କରିଥିବା ଆକଳନ କରାଯାଇଛି। ଏଥିରେ ଆହୁରି କୁହାଯାଇଛି, ଯଦି ବର୍ତ୍ତମାନର ମୂଲ୍ୟ ବଜାୟ ରହେ, ତେବେ ମାସ ଶେଷ ସୁଦ୍ଧା ମସ୍କୋ ଅତିରିକ୍ତ ୩.୩ ବିଲିୟନରୁ ୫ ବିଲିୟନ ଡଲାର ରୋଜଗାର କରିବାକୁ ସକ୍ଷମ ହେବ।

ସୌଜନ୍ୟ ସମ୍ବାଦ

Exit mobile version