Mojtaba survived two assassination attempts: ମୋଜତାବା ଦୁଇଟି ହତ୍ୟା ଆକ୍ରମଣରୁ ବଞ୍ଚିଯାଇଛନ୍ତି: ଇରାନୀ ସାଂସଦଙ୍କ ଦାବି

ଆମେରିକା-ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖେମିନି ଦୁଇଟି ଆକ୍ରମଣରୁ ବଞ୍ଚି ଯାଇଛନ୍ତି। ଜଣେ ଇରାନୀ ସାଂସଦଙ୍କ ଅନୁଯାୟୀ, ମୋଜତାବାଙ୍କ ଉପରେ ଗତ କିଛି ଦିନ ମଧ୍ୟରେ ଦୁଇଟି ଆକ୍ରମଣ ହୋଇଛି।

ତେହେରାନ: ଆମେରିକା-ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖେମିନି ଦୁଇଟି ଆକ୍ରମଣରୁ ବଞ୍ଚି ଯାଇଛନ୍ତି। ଜଣେ ଇରାନୀ ସାଂସଦଙ୍କ ଅନୁଯାୟୀ, ମୋଜତାବାଙ୍କ ଉପରେ ଗତ କିଛି ଦିନ ମଧ୍ୟରେ ଦୁଇଟି ଆକ୍ରମଣ ହୋଇଛି। ସାଂସଦ ମହମ୍ମଦରେଜା ରେଜାଏଇ କୌଚି ଇରାନର ସରକାରୀ ସମାଚାର ଏଜେନ୍ସି ଇସଲାମିକ୍ ରିପବ୍ଲିକ୍ ନ୍ୟୁଜ୍ ଏଜେନ୍ସି ସହିତ ସାକ୍ଷାତକାର ସମୟରେ ଦାବି କରିଛନ୍ତି,ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ବାସଭବନ ଉପରେ ଆକ୍ରମଣ ସମୟରେ ମୋଜତାବା ଉପସ୍ଥିତ ଥିଲେ।

ଆକ୍ରମଣ ସମୟରେ ମୋଜତାବା ସେହି ସ୍ଥାନରେ ଥିଲେ। ସୌଭାଗ୍ୟବଶତଃ ସେ ରକ୍ଷା ପାଇଥିଲେ। ପରେ ମୋଜତାବା ଚିକିତ୍ସିତ ହେଉଥିବା ଏକ ହସ୍ପିଟାଲକୁ ଟାର୍ଗେଟ କରି ଆଉ ଏକ ଆକ୍ରମଣ କରାଯାଇଥିଲା। କିନ୍ତୁ ଆମେରିକା ଏବଂ ଇସ୍ରାଏଲ ସେମାନଙ୍କର ଉଦ୍ଦେଶ୍ୟ ହାସଲ କରିବାରେ ବିଫଳ ହୋଇଥିଲେ। ତେବେ ସେ ହସ୍ପିଟାଲର ନାମ କିମ୍ବା ଆକ୍ରମଣର ସଠିକ୍ ସ୍ଥାନ ପ୍ରକାଶ କରି ନାହାନ୍ତି। ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଆମେରିକା ଏବଂ ଇସ୍ରାଏଲ ଦ୍ୱାରା କରାଯାଇଥିବା ଆକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଇରାନର ନୂତନ ସର୍ବୋଚ୍ଚ ନେତା ଆହତ ହୋଇଥିବା ଅନୁମାନ କରାଯାଉଛି।

ମୋଜତାବା ଗୁରୁବାର ଦିନ ତାଙ୍କର ପ୍ରଥମ ସାର୍ବଜନୀନ ବାର୍ତ୍ତା ଜାରି କରିଥିଲେ। ପ୍ରାୟ ଏକ ସପ୍ତାହ ପୂର୍ବେ ତାଙ୍କ ନିଯୁକ୍ତି ପରଠାରୁ, ତାଙ୍କର କୌଣସି ଫଟୋଗ୍ରାଫ୍ କିମ୍ବା ଭିଡିଓ ରେକର୍ଡିଂ ପ୍ରକାଶିତ ହୋଇନାହିଁ। ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟ ଏବଂ ଅବସ୍ଥା ବିଷୟରେ କଳ୍ପନାଜଳ୍ପନା ଜାରି ପାଉଛି।

ସୌଜନ୍ୟ ସମ୍ବାଦ

Exit mobile version