ଅଲିଗଡ଼: ରାତିରେ ଚାଲିବାକୁ ଯାଇଥିବା ବେଳେ ଅଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟର ଶିକ୍ଷକଙ୍କୁ ହତ୍ୟା। ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ହତ୍ୟା ପରେ ଏବେ ବିଶ୍ୱବିଦ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୃତକଜଣଙ୍କ ହେଲେ ରାଓ ଦାନିଶ ଅଲି।
ଗୁଳି କରିବା ପୂର୍ବରୁ କ’ଣ କହିଥିଲେ ଆକ୍ରମଣକାରୀ?
ବୁଧବାର ରାତି ୯ଟାରେ ପ୍ରତିଦିନ ପରି ଚାଲିବାକୁ ବାହାରିଥିଲେ ଦାନିଶ। ତାଙ୍କ ସହ ଥିଲେ ତାଙ୍କର ୨ସହକର୍ମୀ। ମୌଲାନା ଆଜାଦ ଲାଇବ୍ରେରୀ ନିକଟରେ ୨ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଦାନିଶଙ୍କୁ ଗୁଳି କରିଥିଲେ। ଗୁଳି ମାରିବା ପୂର୍ବରୁ ଆକ୍ରମଣକାରୀମାନେ କହିଥିଲେ ଯେ, “ତୁମେ ମୋତେ ପୂର୍ବରୁ ଜାଣି ନଥିଲ, କିନ୍ତୁ ଏବେ ଜାଣିଯିବ।” ଅପରାଧୀମାନେ ସ୍କୁଟରରେ ବସି ଶିକ୍ଷକଙ୍କ ଉପରେ ଗୁଳି ବର୍ଷଣ କରିଥିଲେ। ପ୍ରାୟ ୧୦ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା, ଯାହା ମଧ୍ୟରୁ ଚାରିଟି ଶିକ୍ଷକଙ୍କ ଦେହରେ ବାଜିଥିଲା। ଘଟଣା ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଲିଙ୍କୁ ଜବାହରଲାଲ ନେହେରୁ ମେଡିକାଲ କଲେଜକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ରାଜନୀତି ସହ ଥିଲା ଦାନିଶଙ୍କ ସମ୍ପର୍କ
ଶିକ୍ଷକଙ୍କ ହତ୍ୟା ପରେ, କ୍ୟାମ୍ପସ ପରିସରରେ ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି। ଦାନିଶ ଅଲି ନିକଟସ୍ଥ ଏକ ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ଥିଲେ। ତାଙ୍କ ବଡ଼ ଭାଇ ମଧ୍ୟ ଜଣେ ଶିକ୍ଷକ। ଦୁଇ ଭାଇ ଛାତ୍ର ରାଜନୀତିରେ ଖୁବ ସକ୍ରିୟ ଥିଲେ। ରାଓ ଦାନିଶଙ୍କ ଶଶୁର ଠାକୁରଦ୍ୱାରର ପୂର୍ବତନ କଂଗ୍ରେସ ବିଧାୟକ। ଅଲି ପରିବାରର ଯଥେଷ୍ଟ ରାଜନୈତିକ ପ୍ରଭାବ ରହିଛି। ମୃତ ଦାନିଶ ଅଲିଙ୍କ ମାଆ ମଧ୍ୟ ଜଣେ ଶିକ୍ଷୟିତ୍ରୀ ଥିଲେ। ତାଙ୍କ ବାପା ମଧ୍ୟ ଏଠାରେ କାମ କରୁଥିଲେ। ରାଓ ମୂଳତଃ ବୁଲନ୍ଦସହରର ବାସିନ୍ଦା। କିନ୍ତୁ ତାଙ୍କ ପରିବାର ସହ ସେ ବିଶ୍ୱବିଦ୍ୟାଳୟ ପରିସରରେ ରହୁଥିଲେ।
ସୌଜନ୍ୟ ସମ୍ବାଦ
-
Student Gang Raped Killed ପାରାଦୀପରେ ଲୋମଟାଙ୍କୁରା କାଣ୍ଡ: ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା, ବିହାରୀ ଯୁବକ ଗିରଫ, ୟୁପି ଏବଂ ଓଡ଼ିଆ ଯୁବକ ଅଟକ -
Rape: ନାବାଳିକା ଗର୍ଭବତୀ ଘଟଣା: ଅଭିଯୁକ୍ତଙ୍କର ହେବ ଡିଏନ୍ଏ ଟେଷ୍ଟ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ୧୫ ବର୍ଷ ବୟସର ନାବାଳିକା ଚାରିମାସର ଅନ୍ତସତ୍ବା ହେଇଥିବା ସୋମବାର ବାଙ୍ଗିରିପୋଷି ଥାନାରେ ଅଭିଯୋଗ କଲା ପରେ ପୁଲିସ ତତ୍ପରତା ଦେଖାଇଛି। -
Cyber Fraud: କୋଟିକୋଟି ଠକେଇ ଅଭିଯୋଗରେ ୬ଜଣ ସାଇବର ଠକ ଗିରଫ -
Education: ବିଦ୍ୟାଳୟରେ ଛାତ୍ର ପୋଡି ଘଟଣା: ଆଖିବୁଜିଲେ ବିରେନ୍ ଟାକ୍ରି -
El Mencho’s Death:ପ୍ରେମିକା ଯୋଗୁ ପ୍ରାଣ ହରାଇଲେ କୁଖ୍ୟାତ ଅପରାଧୀ ଏଲ୍ ମେଞ୍ଚୋ
