Amul: ଅମୁଲ କ୍ଷୀର ୨ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଅମୁଲ କ୍ଷୀର ଦରରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ମେ ୧୪ରୁ ଏହି ଦରବୃଦ୍ଧି ସାରା ଦେଶରେ ଲାଗୁ ହେବ ବୋଲି ଗୁଜରାଟ କୋଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେସନ୍‌ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ୨୦୨୫ ମେ ୧ରେ କମ୍ପାନି ଶେଷ ଥର ପାଇଁ କ୍ଷୀର ଦର ବଢ଼ାଇଥିଲା। ଯୁଦ୍ଧ ପାଇଁ ବିଭିନ୍ନ ନିତ୍ୟବ୍ୟବହୃତ ଜିନିଷ ମହଙ୍ଗା ହୋଇଥିବା ବେଳେ କ୍ଷୀର ଦରବୃଦ୍ଧି ଲୋକମାନଙ୍କ ଘରକରଣା ଖର୍ଚ୍ଚକୁ ଯଥେଷ୍ଟ ବଢ଼ାଇଦେବ।

ସାରା ଦେଶରେ ବହୁଳ ଭାବେ ବ୍ୟବହୃତ ହେଉଥିବା ଅମୁଲର ଅମୁଲ ଗୋଲ୍ଡ, ଅମୁଲ ତାଜା, ଅମୁଲ ଗାଈ କ୍ଷୀର, ଅମୁଲ ମଇଁଷୀ କ୍ଷୀର, ଅମୁଲ ସ୍ଲିମ ଆଣ୍ଡ୍‌ ଟ୍ରିମ୍‌, ଅମୁଲ ଷ୍ଟାଣ୍ଡାର୍ଡ ମିଲ୍କ ଓ ଅମୁଲ ଟି-ସ୍ପେସିଆଲର ଦରବୃଦ୍ଧି ହୋଇଛି। ଦୁଗ୍ଧ ଉତ୍ପାଦନ ଓ ପରିଚାଳନା ଖର୍ଚ୍ଚରେ ହୋଇଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନି କ୍ଷୀର ଦାମ୍‌ ବଢ଼ାଇଛି। ପଶୁ ଖାଦ୍ୟ, ଦୁଗ୍ଧ ପ୍ୟାକେଜିଂ ଫିଲ୍ମ ଓ ଇନ୍ଧନ ଦରରେ ବ୍ୟାପକ ବୃଦ୍ଧି ଘଟିଥିବା କମ୍ପାନି କହିଛି।

 

 

ସୌଜନ୍ୟ ସମ୍ବାଦ