ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଦରବୃଦ୍ଧି ଓ ବିଦେଶୀ ନିବେଶକମାନେ ଲାଗାତାର ଭାବେ ଭାରତୀୟ ସେୟାର ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବା ପ୍ରତିଦିନ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ବୁଧବାର ତାହା ଆହୁରି ଦୁର୍ବଳ ହୋଇପଡ଼ିଛି। ଡଲାରର ବିନିମୟ ମୂଲ୍ୟ ୯୫ ଟଙ୍କା ୭୦ ପଇସା ହୋଇଯାଇଛି। ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଟଙ୍କା ୫ ପ୍ରତିଶତ ଦୁର୍ବଳ ହୋଇସାରିଲାଣି। ଟଙ୍କା ଦୁର୍ବଳ ହେବା ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଦେଶ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ଡଲାର ବାହାର କରି ବିକ୍ରି କରିବାରୁ ଟଙ୍କା ମୂଲ୍ୟ କୌଣସି ପ୍ରକାରରେ ଏହି ସ୍ତରରେ ରହିଛି। ଅନ୍ୟଥା ତାହା ଆହୁରି ଦୁର୍ବଳ ହୋଇଥାନ୍ତା ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।
ସୌଜନ୍ୟ ସମ୍ବାଦ

