Arrested: ଗିରଫ ଏସ୍ଆର୍ଏଙ୍କ ସମ୍ପତ୍ତି ୩ କୋଟିରୁ ଅଧିକ: ୨୧ ଭରି ସୁନା, ୧୨.୬ ଲକ୍ଷର ଜମାରାଶି
ଅର୍ଥ ହଡ଼ପ ଅଭିଯୋଗରେ ଗତ ୧୨ ତାରିଖରେ ଗିରଫ ହୋଇଥିବା ତିର୍ତ୍ତୋଲ ତହସିଲର ପୂର୍ବତନ ବରିଷ୍ଠ ରାଜସ୍ବ ସହାୟକ ଭଂଜକିଶୋର ବେହେରାଙ୍କର ନିଜସ୍ବ ଘର ରଘୁନାଥପୁର ବ୍ଲକ ପାଟେଣିଗାଁ....

ନାଉଗାଁ/ତିର୍ତ୍ତୋଲ/ରଘୁନାଥପୁର: ଅର୍ଥ ହଡ଼ପ ଅଭିଯୋଗରେ ଗତ ୧୨ ତାରିଖରେ ଗିରଫ ହୋଇଥିବା ତିର୍ତ୍ତୋଲ ତହସିଲର ପୂର୍ବତନ ବରିଷ୍ଠ ରାଜସ୍ବ ସହାୟକ ଭଂଜକିଶୋର ବେହେରାଙ୍କର ନିଜସ୍ବ ଘର ରଘୁନାଥପୁର ବ୍ଲକ ପାଟେଣିଗାଁ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇ ପ୍ରାୟ ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ଚଢ଼ଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ଏହି ଚଢ଼ଉରେ ପାଟେଣିଗାଁରେ ଥିବା ୭୭୫୦ ବର୍ଗଫୁଟର ତିନି ମହଲା ଓ ୨୨ଶହ ବର୍ଗପୁଟର ଏକ ଦୁଇମହଲା କୋଠାଘର ଠାବ କରାଯାଇଛି। ସେହିପରି ଘରୁ ୨୧୦ଗ୍ରାମ ସୁନା ଏବଂ ୫.୫୬ ଲକ୍ଷ ଟଙ୍କାର ଆସବାବପତ୍ର ଭିଜିଲାନ୍ସ ଟିମ୍ ଠାବ କରିଛି। ତାଙ୍କର ବ୍ୟାଙ୍କରେ ୧୨.୬ ଲକ୍ଷ ଟଙ୍କାର ଜମାରାଶି ରହିଥିବା ବେଳେ ଗୋଟିଏ ଚାରିଚକିଆ ଗାଡ଼ି ଅଛି। ଏହା ସହିତ ତାଙ୍କର ଏକ ୮୪୦୦ ବର୍ଗଫୁଟର ଏକ ଟେଣ୍ଟ ହାଉସ ରହିଛି। ୨୦୧୯ ମସିହାରେ ଏଥିପାଇଁ ପ୍ରାୟ ୩୦.୪୪ ଲକ୍ଷ ଟଙ୍କାର ଆସବାବପତ୍ର କିଣାଯାଇଥିଲା।
ସୌଜନ୍ୟ ସମ୍ବାଦ




