ଭୁବନେଶ୍ୱର ୧୮।୦୩ : ବିଧାନସଭା ବଜେଟ୍ ଅଧିବେଶନ । ଆଜି ବି ଗୃହ ଅଚଳ । ଏସ୍ସିବି ପ୍ରସଙ୍ଗରେ ଆଜି ବି ଗୃହରେ ହଙ୍ଗାମା ଓ ବିରୋଧ । ଯାହାକୁ ଦୃଷ୍ଟିରେ ରଖି ବିଧାନସଭାକୁ ସାଢେ ୧୧ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
ବିଧାନସଭା ବଜେଟ୍ ଅଧିବେଶନ । ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହୋହାଲ୍ଲା ଏବଂ ନାରାବାଜିରେ କମ୍ପିଥିଲା ବିଧାନସଭା । ମଙ୍ଗଳବାର ଏହି ବିରୋଧ ପ୍ରଦର୍ଶନ ଲାଗି ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ମଙ୍ଗଳବାର ଦିନ ଲଗାତର ମୁଲତବୀରେ ଗୃହ କାର୍ଯ୍ୟ ଶେଷ ହୋଇଯାଇଥିଲା । ଆଜି ମାନେ ବୁଧବାର ଦିନ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ସମାନ ପ୍ରସଙ୍ଗ ନେଇ ଆରମ୍ଭ ହୋଇଥିଲା ବିରୋଧ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ବିରୋଧୀ । ଗୃହରେ ବିରୋଧ ଏବଂ ହଙ୍ଗାମା ଲାଗି ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ।
ସେପଟେ ବିଧାନସଭା ମୁଲତବୀ ପରେ ବି ଥମିନଥିଲା ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଗୃହ ବାହାରେ ବିରୋଧୀ ସଦସ୍ୟମାନେ କୋକେଇ ଶୋଭାଯାତ୍ରା ଆରମ୍ଭ କରିଥିଲେ । ରାମ୍ ନାମ୍ ସତ୍ୟ ହେ ନାରାରେ କମ୍ପିଥିଲେ ବିଧାନସଭା ପରିସର । ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରୁଛନ୍ତି । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍ ଦେଇଛନ୍ତି
ସୌଜନ୍ୟ Prameya News7
