Baitarini Maha Alati: ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଉପଲକ୍ଷେ ବୈତରଣୀ ଆଳତୀ

ମାର୍ଚ୍ଚ ୨୦ ରୁ ୨୪ ତାରିଖ ଯାଏଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମହୋତ୍ସବ ଯଯାତି-୨୦୨୬ ସ୍ଥାନୀୟ ପ୍ରଶାସନିକ ଭବନ ପଡ଼ିଆରେ ଅନୁଷ୍ଠିତ ହେବ । ମହୋତ୍ସବ ପୂର୍ବରୁ ଏଥିପାଇଁ ବୈତରଣୀ ମହା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଯାଜପୁର: ଆସନ୍ତା ମାର୍ଚ୍ଚ ୨୦ ରୁ ୨୪ ତାରିଖ ଯାଏଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମହୋତ୍ସବ ଯଯାତି-୨୦୨୬ ସ୍ଥାନୀୟ ପ୍ରଶାସନିକ ଭବନ ପଡ଼ିଆରେ ଅନୁଷ୍ଠିତ ହେବ । ମହୋତ୍ସବ ପୂର୍ବରୁ ଏଥିପାଇଁ  ବୈତରଣୀ ମହା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଭୋରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରୁ ଅଜ୍ଞାମାଳ ନେଇ ଏକ ଶୋଭାଯାତ୍ରା ବାହାରି ବୈତରଣୀନଦୀର ଦଶାଶ୍ଵମେଧ ଘାଟରେ ପହଞ୍ଚିଥିଲେ। ସେଠାରେ ପୁରୀଶ୍ରୀକ୍ଷେତ୍ରରୁ ଆସିଥିବା ବ୍ରାହ୍ମଣମାନେ ବୈତରଣୀ ନଦୀ ତଟରେ ପୂଜନ କରିବା ପରେ ମହା ଆଳତୀ କରିଥିଲେ।

ମହା ଆଳତୀ ଆଜି ଠାରୁ ଆସନ୍ତା ୨୦ ତାରିଖ ଯାଏଁ ଅନୁଷ୍ଠିତ ହେବ

ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଆବାହକତ୍ଵରେ ଏହି ବୈତରଣୀ ମହା ଆଳତୀ ସମାପନ କରାଯାଇଥିଲା। ଏହି ମହା ଆଳତୀ ଆଜି ଠାରୁ ଆସନ୍ତା ୨୦ ତାରିଖ ଯାଏଁ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ଓ ଯାଜପୁରବାସୀ ସାମିଲ ହୋଇଥିଲେ।

ସୌଜନ୍ୟ ସମ୍ବାଦ

Exit mobile version