ଭୁବନେଶ୍ବର: ପୁଣି ବିସ୍ଫୋରଣ କଲେ ଶ୍ରୀମୟୀ ମିଶ୍ର। ସେ ନିଜର ସୋସିଆଲ୍ ମିଡିଆପୋଷ୍ଟରେ ଲେଖିଛନ୍ତି, ପାଳିତ ଶୁଆଙ୍କୁ ଭୁଲ୍ ପ୍ରମାଣିତ କଲେ ବିଜେଡି ମୁଖିଆ । ଦୁଇ ବିଧାୟକ ପ୍ରମିଳା ମଲ୍ଲିକ ଓ ଗୌତମବୁଦ୍ଧ ଦାଶ ଏଭଳି କୌଣସି ଟ୍ରଷ୍ଟ ଗଢ଼ା ହୋଇନି ବୋଲି ଡାହା ମିଛ କହିଥିବା ମଧ୍ୟ ପ୍ରମାଣିତ ହେଲା। ଏହି ବିଧାୟକମାନଙ୍କର ଚିତ୍ର ଓ ଚରିତ୍ର ଏବେ ରାଜ୍ୟବାସୀ ଜାଣିଲେ ।
ବିଜୁପ୍ରେମୀମାନଙ୍କୁ ଅଶେଷ କୃତଜ୍ଞତା । ଚାପ କାମ ଦେଲା ଓ ଶେଷରେ ମୁଖିଆ ସ୍ୱୀକାର କଲେ ଯେ ସେ ହିଁ ନିଜେ ଟ୍ରଷ୍ଟ(ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ) ଗଢ଼ିଛନ୍ତି ।
ମାତ୍ର ଏବେବି ପ୍ରଶ୍ନ ଉଠୁଛି, ବିଜୁବାବୁଙ୍କ ନାଁରେ ଓଡ଼ିଶାବାସୀଙ୍କ ହିତ ପାଇଁ ଯଦି ଟ୍ରଷ୍ଟଗଢ଼ା ହୋଇଥିଲା ଏହାକୁ ଗୋପନ କାହିଁକି ରଖାଯାଇଥିଲା ?
ତାମିଲ ଭଣ୍ଡ ସନ୍ୟାସୀଙ୍କ ହାତରେ ଟ୍ରଷ୍ଟର ସବୁକିଛି ଟେକିଦେବା କେଉଁ ଓଡ଼ିଆର ପରିଚୟ?
ସେ ଆହୁରି ଲେଖିଛନ୍ତି, ଟ୍ରଷ୍ଟରେ ଥିବା ତ୍ରିମୂର୍ତ୍ତିଙ୍କ ସମ୍ପର୍କରେ କାହିଁକି କିଛି କହିଲେ ନାହିଁ । କେବଳ ସେହି ୩ଜଣ ଟ୍ରଷ୍ଟର ଆଜୀବନ ସଦସ୍ୟ କାହିଁକି?ତାମିଲ ଭଣ୍ଡ ସନ୍ୟାସୀଙ୍କ ହାତରେ ଟ୍ରଷ୍ଟର ସବୁକିଛି ଟେକିଦେବା କେଉଁ ଓଡ଼ିଆର ପରିଚୟ?
ବିଜୁବାବୁ କ’ଣ କହିଥିଲେ ଓଡ଼ିଶାର ଓକିଲ ଓ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ବିଶ୍ୱାସଯୋଗ୍ୟ ନୁହନ୍ତି ଓ ସବୁକିଛି ତାମିଲଙ୍କ ଦ୍ୱାରା ପରିଚାଳନା କରିବାକୁ?
ଏ ବିଷୟରେ ପ୍ରଶ୍ନ କରିବାରୁ ଉତ୍ତର ଦେବାକୁ ବାଧ୍ୟ ହେଲେ, କେଜାଣି ଆହୁରି କି କି ସଂସ୍ଥା ସବୁ ଅଣ ଓଡ଼ିଆଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଗୋପନରେ ସୃଷ୍ଟି ହେଇଥିବ?
ସୌଜନ୍ୟ ସମ୍ବାଦ
