Bank Robbery: କୋଡିଙ୍ଗା ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ: ସାଇରନ ବାଜିବାରୁ ଛତ୍ରଭଙ୍ଗ ଦେଲେ ଦୁର୍ବୃତ୍ତ
ନବରଙ୍ଗପୁର କୋଷାଗୁମୁଡା ବ୍ଲକ କୋଡିଙ୍ଗା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଡକାୟତି ଉଦ୍ୟମ। ସିସିଟିଭି ଭାଙ୍ଗି ଷ୍ଟ୍ରଙ୍ଗ ରୁମ୍ ଭାଙ୍ଗିବା ବେଳେ ସାଇରନ ବାଜିବାରୁ ଫେରାର ହେଲେ ଦୁର୍ବୃତ୍ତ।

କୋଷାଗୁମୁଡା/କୋଡିଙ୍ଗା: ନବରଙ୍ଗପୁରଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡିଙ୍ଗା ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ମୁଖ୍ୟ ଗ୍ରିଲର ତାଲାକୁ କାଟିବା ପରେ କବାଟତାଲାକୁ ଭାଙ୍ଗି ଭିତରେ ପ୍ରବେଶ କରି ଭିତର ଓ ବାହାର ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି। ଷ୍ଟ୍ରଙ୍ଗ ରୁମକୁ ଭାଙ୍ଗିବାକୁ ଉଦ୍ୟମ କରିବା ବେଳେ ସାଇରନ ବାଜିବାରୁ ଡକାୟତମାନେ ଛତ୍ରଭଙ୍ଗ ଦେଇଥିଲେ। ବଡ଼ ଧରଣର ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ ହୋଇଛି। ବ୍ୟାଙ୍କ ମ୍ୟାନେଜର କୋଡିଙ୍ଗା ଥାନାଧିକାରୀଙ୍କୁ ତୁରନ୍ତ ଜଣାଇଥିଲେ।
ଡକାୟତମାନେ ଉଦ୍ୟମ କରିଥିଲେ
ଥାନାଧିକାରୀ ଦୀପକ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆଜି ବ୍ୟାଙ୍କ ଧର୍ମଘଟ ଓ ପରେ ବ୍ୟାଙ୍କର ଲମ୍ବା ଛୁଟି ରହିଥିବାରୁ ଏହାର ସୁଯୋଗ ନେଇ ଡକାୟତମାନେ ଉଦ୍ୟମ କରିଥିଲେ। କିନ୍ତୁ ଏଠି ବିଫଳ ହୋଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ମ୍ୟାନେଜର କୋଡ଼ିଙ୍ଗାରେ ପହଞ୍ଚିବା ପରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି।
ସୌଜନ୍ୟ ସମ୍ବାଦ




