Building collapse: ଅମ୍ବାଲାରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ୩ ମହଲା କୋଠା, ୫ ଶ୍ରମିକ ମୃତ; ବେଆଇନ ଥିଲା ସମ୍ପୂର୍ଣ୍ଣ ଭବନ
ହରିୟାଣାର ଅମ୍ବାଲା ସହରର ଧୁଲକୋଟ ଅଞ୍ଚଳରେ ରବିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ ଏକ ୩ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ତୃତୀୟ ମହଲାର ଲେଣ୍ଟର ପକାଯାଉଥିଲା। ହଠାତ୍ ସମଗ୍ର ଭବନ ଭୁଶୁଡ଼ି ପଡ଼ିବାରୁ ସେଠାରେ କାମ କରୁଥିବା ୧୭ ଜଣ ଶ୍ରମିକ ମଳବା ତଳେ ଚାପି ହୋଇଯାଇଥିଲେ।

ନୂଆଦିଲ୍ଲୀ: ହରିୟାଣାର ଅମ୍ବାଲା ସହରର ଧୁଲକୋଟ ଅଞ୍ଚଳରେ ରବିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ ଏକ ୩ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ତୃତୀୟ ମହଲାର ଲେଣ୍ଟର ପକାଯାଉଥିଲା। ହଠାତ୍ ସମଗ୍ର ଭବନ ଭୁଶୁଡ଼ି ପଡ଼ିବାରୁ ସେଠାରେ କାମ କରୁଥିବା ୧୭ ଜଣ ଶ୍ରମିକ ମଳବା ତଳେ ଚାପି ହୋଇଯାଇଥିଲେ।
ଅମ୍ବାଲାର ମୁଖ୍ୟ ଚିକିତ୍ସା ଅଧିକାରୀ ରେଣୁ ପାଞ୍ଜନୀଙ୍କ ସୂଚନା ଅନୁସାରେ, ମୃତ ଶ୍ରମିକମାନଙ୍କ ମଧ୍ୟରେ ରାଜେନ୍ଦ୍ର, ଶାସ୍ତ୍ରୀ, କାଲିଆ, ରୂପ ସିଂହ ଏବଂ ସାଇଟ୍ ସୁପରଭାଇଜର ମଲକୀତ ସିଂହ ରହିଛନ୍ତି। ମଲକୀତ ସିଂହ ଜଣେ ପୂର୍ବତନ ସେନା କର୍ମଚାରୀ ଥିବା ଜଣାପଡ଼ିଛି।
ତେବେ ଏହି ଘଟଣାର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି, ଯେଉଁ ଭବନଟି ଭୁଶୁଡ଼ି ପଡ଼ିଛି ତାହାର ନକ୍ସା ଅନୁମୋଦନ ହୋଇନଥିଲା। ପ୍ରଶାସନିକ ସୂତ୍ର ଅନୁସାରେ, ସମ୍ପୂର୍ଣ୍ଣ ଭବନଟି ବେଆଇନ ଭାବେ ନିର୍ମାଣ ହେଉଥିଲା। ଏହାପରେ ନିର୍ମାଣ ନିୟମ ଉଲ୍ଲଂଘନ ଏବଂ ସୁରକ୍ଷା ମାନକକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର କାରଣ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
ସୌଜନ୍ୟ ସମ୍ବାଦ




