Bastu Tips for Late Marriage: ବିବାହ ବିଳମ୍ବ ହେଉଛି କି? ଜାଣନ୍ତୁ କ’ଣ ରହିଛି ବାସ୍ତୁ ନିୟମ….

ହିନ୍ଦୁ ଧର୍ମର ମୁଖ୍ୟ ୧୬ଟି ସଂସ୍କାର ମଧ୍ୟରୁ ବିବାହ ହେଉଛି ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଏହି ବିବାହ ସମାରୋହ ପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ ବିବାହ ଅନାବଶ୍ୟକ ଭାବରେ ବିଳମ୍ବ ହୁଏ।

ହିନ୍ଦୁ ଧର୍ମର ମୁଖ୍ୟ ୧୬ଟି ସଂସ୍କାର ମଧ୍ୟରୁ ବିବାହ ହେଉଛି ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଏହି ବିବାହ ସମାରୋହ ପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ ବିବାହ ଅନାବଶ୍ୟକ ଭାବରେ ବିଳମ୍ବ ହୁଏ। ସେହି ସମୟରେ, ବେଳେବେଳେ ଏହା ଘଟେ ଯେ ସବୁକିଛି ସ୍ଥିର ହେବା ପରେ ମଧ୍ୟ ଫଳପ୍ରଦ ହୁଏ ନାହିଁ। ବିବାହରେ ବିଳମ୍ବ କିମ୍ବା ବାଧା ପଛରେ ଅନେକ କାରଣ ଅଛି। ବାସ୍ତୁରେ ବିବାହ ଦୋଷ ଦୂର କରିବାକୁ ବିଶେଷ ପଦକ୍ଷେପ ନିଆଯାଇଥାଏ ବୋଳି କହନ୍ତି ବାସ୍ତୁବିତ୍‌ ମନୋଜ ଲେଙ୍କା।

ଜାତକ ଚକ୍ର କିମ୍ବା ବାସ୍ତୁରେ ତ୍ରୁଟି ରହିଲେ ଅସୁବିଧା ହୁଏ। ଜାତକରେ ମଙ୍ଗଳ ଦୋଷ ରହିଲେ ବା କାଳସର୍ପ ଦୋଷ ରହିଲେ ବିବାହରରେ ବିଳମ୍ବ ହୋଇଥାଏ। ପୁଅ ହେଉ ବା ଝିଅ ହେଉ ଲଗ୍ନ‌ର ଦ୍ବିତୀୟରେ, ସପ୍ତମରେ, ଅଷ୍ଟମରେ ଦ୍ବାଦଶରେ ମଙ୍ଗଳ ରହିଥିଲେ ମଙ୍ଗଳ ‌ଦୋଷ ‌ରହିଥାଏ ବୋଲି କୁହାଯାଏ। କିନ୍ତୁ କେନ୍ଦ୍ର ସ୍ଥାନରେ ଶନି ରହିଥିଲେ ମଙ୍ଗଳ ଦୋଷ ଖଣ୍ଡନ ହୋଇଥାଏ।
ଯଦି ଏହି ମଙ୍ଗଳ ଦୋଷ ସପ୍ତମ କିମ୍ବା ଅଷ୍ଟମ ସ୍ଥାନରେ ଥାଏ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ଦ୍ବାଦଶ ସ୍ଥାନ ଅପେକ୍ଷା। ମଙ୍ଗଳ ଦୋଷ କାରଣରୁ ପୂର୍ବକାଳ ଶାସ୍ତ୍ରକୁ ଯଦି ନଜରରେ ନେବା ତେବେ ବିବାହରେ ବିଳମ୍ବ ହୋଇଥାଏ ବୋଲି କୁହାଯାଏ। ପ୍ରକୃତ ଶାସ୍ତ୍ରାନୁଯାୟୀ, ଯଦି ଜାତକରେ ମଙ୍ଗଳ ଦୋଷ ରହିଥାଏ ତେବେ ଏହାର ଠିକ୍‌ ଔପଚାର କରାଯାଇପାରିଲେ ଏହି ଦୋଷ କଟିଥାଏ। ଗୃହରେ ମଧ୍ୟ କିଛି ଦୋଷ ରହିଛି ଯାହାଦ୍ବାରା ବିବାହରରେ ବିଳମ୍ବ ହୋଇଥାଏ। ଐଶାନ୍ୟ କୋଣରେ, ଉତ୍ତରରେ, ପୂର୍ବରେ ଶିଢ଼ି ରହିଥିଲେ ବିବାହ ବିଳମ୍ବ ହୋଇଥାଏ।
ତେଣୁ ବିଳମ୍ବିତ ବିବାହର ଦୋଷକୁ କାଟିବା ପାଇଁ ଆମକୁ କିଛି ଦିଗପ୍ରତି ଧ୍ୟାନ ଦେବା ଆବଶ୍ୟକ ଏବଂ ଏହାର ଠିକ୍‌ ଉପାର କରିପାରତିଲେ ଯାଇ ଏଥିରୁ ମୁକ୍ତି ମିଳିବ।

ଉପଚାର ଗୁଡ଼ିକ ହେଲା:

Exit mobile version