ପାଣିପାଗ

Bird: ବ୍ୟବସାୟ ହେତୁ ୨୦୦ ପ୍ରଜାତିର ପକ୍ଷୀ ବିଲୟମୁଖୀ

ସମଗ୍ର ବିଶ୍ବରେ ଥିବା ୧୧ ହଜାର ପକ୍ଷୀ ପ୍ରଜାତିରୁ ଲୋକେ ପ୍ରାୟ ଅର୍ଦ୍ଧେକ କିଣୁଛନ୍ତି ଅଥବା ଶିକାର କରୁଛନ୍ତି। ଏସିଆ, ୟୁରୋପ୍‌, ଉତ୍ତର ଓ ଦକ୍ଷିଣ ଆମେରିକାରେ ଗାୟକ ପକ୍ଷୀ ଓ ଶୁକପକ୍ଷୀଙ୍କ ଚାହିଦା ବେଶ୍‌ ଅଧିକ। ଦୁର୍ଲଭ ଅଥବା ଗାୟକ ପ୍ରଜାତିର ପକ୍ଷୀ କିଣିବା ଲାଗି ପକ୍ଷୀପ୍ରେମୀମାନେ ଯଥେଚ୍ଛା ଅର୍ଥ ପ୍ରଦାନ କରୁଛନ୍ତି।
ଏସିଆରେ ବନ୍ୟଜୀବ ବ୍ୟବସାୟ ପେଣ୍ଠ ଭାବେ ପରିଚିତ ସିଙ୍ଗାପୁର ଓ ହଂକଂରେ ସବୁଠୁ ଅଧିକ ପକ୍ଷୀ ବ୍ୟବସାୟ ହୁଏ। ସେଠାକାର ପକ୍ଷୀ ବ୍ୟବସାୟ ଉପରେ ବିଶ୍ଳେଷଣ କରି ଗବେଷକମାନେ ଜାଣିପାରିଛନ୍ତି ଯେ ଉପରୋକ୍ତ ଦୁଇ ଏସୀୟ ବନ୍ୟଜୀବ ବାଣିଜ୍ୟ ପେଣ୍ଠକୁ ଆଫ୍ରିକାରୁ ହିଁ ସବୁଠୁ ଅଧିକ ପକ୍ଷୀ ଅଣାଯାଇଛି। ବିଗତ ୧୫ ବର୍ଷ ମଧ୍ୟରେ ଆଫ୍ରିକାରୁ ୧୦ ଲକ୍ଷରୁ ଅଧିକ ପକ୍ଷୀ ଆମଦାନି କରାଯାଇଛି। ଆନୀତ ପକ୍ଷୀମାନଙ୍କ ମଧ୍ୟରୁ ସବୁଠୁ ଅଧିକସଂଖ୍ୟକ ହେଉଛନ୍ତି ସୁଦୃଶ୍ୟ ପର ଥିବା ଗାୟକ ପକ୍ଷୀ ‘ତୁତି’। ବିଶେଷକରି, ଆଫ୍ରିକାରୁ ଆମଦାନି କରାଯାଇଥିବା ପକ୍ଷୀମାନଙ୍କ ମଧ୍ୟରୁ ପୀତବକ୍ଷ ତୁତି ଓ ଶ୍ବେତପୁଚ୍ଛ ତୁତି ସଂଖ୍ୟା ପ୍ରାୟ ୮୦ ପ୍ରତିଶତ। ତୁତିସଂଖ୍ୟା ବିଲୟମୁଖୀ ନ ହେଲେ ବି ବନାଞ୍ଚଳରେ ଚାହିଦାରେ ଥିବା ଚାରିଟି ପ୍ରଜାତିର ତୁତିସଂଖ୍ୟା କମି କମି ଆସୁଛି।

ସୌଜନ୍ୟ ସମ୍ବାଦ

Show More
Back to top button