Site icon Swayam News

Bharti Singh: ବଧାଇ ହୋ ! ୪୧ ବର୍ଷ ବୟସରେ ଦ୍ୱିତୀୟ ଥର ମାଆ ହେଲେ ଭାରତୀ ସିଂହ, ଶିଶୁ ପୁତ୍ରକୁ ଦେଲେ ଜନ୍ମ

ମୁମ୍ବାଇ : ଶୁଭେଚ୍ଛା ! କମେଡିଆନ୍ ଭାରତୀ ସିଂହଙ୍କ ଘରକୁ ପୁଣି ଆସିଛି ଖୁସି। ଘରକୁ ଜଣେ କୁନି ରାଜକୁମାର ଆସିଛନ୍ତି। ୪୧ ବର୍ଷ ବୟସରେ ଭାରତୀ ଦ୍ୱିତୀୟ ଥର ପାଇଁ ମା ହୋଇଛନ୍ତି। ଡିସେମ୍ବର ୧୯ ତାରିଖରେ ଭାରତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।  ପୁଣି ଥରେ ପିତାମାତା ହେବା ଖୁସିରେ  ପ୍ରଶଂସକ ଏବଂ ସେଲିବ୍ରିଟି ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭାରତୀ ଏବଂ ହର୍ଷ ୨୦୧୭ ମସିହାରେ ବିବାହ କରିଥିଲେ। ଏହା ପରେ ୨୦୨୨ରେ ସେ ତାଙ୍କ ପ୍ରଥମ ସନ୍ତାନ ଲକ୍ଷ୍ୟଙ୍କୁ ଜନ୍ମ ହେବା ପରେ, ଭାରତୀ ଦ୍ୱିତୀୟ ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଦ୍ବିତୀୟ ସନ୍ତାନ ତାଙ୍କର ଝିଅ ହେଉ ବୋଲି ଚାହୁଁଥିଲେ ଭାରତୀ, ଯାହା ବିଷୟରେ ସେ ଅନେକ ସୋ’ ଓ ସାକ୍ଷାତକାରରେ କହିଥିଲେ। ହେଲେ ଏଥର ମଧ୍ୟ ତାଙ୍କର ପୁଅ ହୋଇଛି।

ଭାରତୀ ତାଙ୍କ ଗର୍ଭାବସ୍ଥାରେ ମଧ୍ୟ କାମ କରିଥିଲେ। ସେ ରୋଷେଇ କମେଡି ସୋ’ ଲାଫଟର ସେଫ୍ ସିଜିନ୍ ୩ର ସୁଟିଂରେ ବ୍ୟସ୍ତ ଥିଲେ, ଯାହାକୁ ସେ ହୋଷ୍ଟ କରନ୍ତି। ସେଟରେ ଭାରତୀ ପ୍ରାୟତଃ ତାଙ୍କ ଆଗାମୀ ଶିଶୁ ବିଷୟରେ କଥା ହେଉଥିଲେ। ଗର୍ଭବତୀ ଥାଇ ବି ସେ ଏତେ ସକ୍ରିୟ ଭାବେ କାମ କରୁଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିଥିଲେ। କୁହାଯାଉଥିଲା ଯେ, ଭାରତୀ ଯମଜ ସନ୍ତାନଙ୍କୁ ଜନ୍ମ ଦେବେ। ଏହି ଚର୍ଚ୍ଚା ମଧ୍ୟରେ ଏବେ ଭାରତୀ ଶିଶୁପୁତ୍ରର ମା’ ହୋଇଛନ୍ତି।

ସୌଜନ୍ୟ ସମ୍ବାଦ

 

Exit mobile version