ଦେଶ ବିଦେଶ

Bhiwadi Chemical Factory fire: ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୭ ଶ୍ରମିକ ଜୀବନ୍ତ ଦଗ୍ଧ

ରାଜସ୍ଥାନର ପ୍ରମୁଖ ଶିଳ୍ପ କେନ୍ଦ୍ର ଭିୱାଡିର ଖୁସଖେଡା ଅଞ୍ଚଳରେ ଏକ ଘରୋଇ ରାସାୟନିକ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ବହୁ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି।

ଭିୱାଡି: ସୋମବାର ସକାଳେ ରାଜସ୍ଥାନର ପ୍ରମୁଖ ଶିଳ୍ପ କେନ୍ଦ୍ର ଭିୱାଡିର ଖୁସଖେଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏକ ଘରୋଇ ରାସାୟନିକ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ବହୁ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ସାତ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭିତରେ ଫସି ରହିଥିବା ଶ୍ରମି୍କମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଘଟଣା ସମୟରେ କାରଖାନାରେ ୨୦ ରୁ ୨୫ ଜଣ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ଜୀବନ ବଞ୍ଚାଇ ବାହାରକୁ ପଳାଇବାରେ ସଫଳ ହୋଇଥିବା କୁହାଯାଉଛି।

Show More

Leave a Reply

Your email address will not be published. Required fields are marked *

Back to top button