ଜାତୀୟମହାନଗର

Tata trust and Tata Sons ଟାଟାରେ ଟ୍ରଷ୍ଟ୍‌, ଟାଟା ସନ୍ସର ଭୂମିକା ସ୍ପଷ୍ଟ ହେବା ଦରକାର: ବିଶେଷଜ୍ଞ

କାରଣ ଟ୍ରଷ୍ଟର କର୍ତ୍ତବ୍ୟ କେବଳ ସାମାଜିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଟାଟା ସନ୍ସର ବୋର୍ଡ ସମସ୍ତ ଅଂଶୀଦାରଙ୍କ ନିକଟରେ ଉତ୍ତରଦାୟୀ ରହିଛି।ଏହି ଦୁଇଟି ଭିନ୍ନ ଆଭିମୁଖ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏକ ବଡ଼ ଆହ୍ୱାନ ବୋଲି ଶିଳ୍ପ ବିଶାରଦମାନେ କହିଛନ୍ତି।

ମୁମ୍ବାଇ: ଟାଟା ଗ୍ରୁପ୍‌‌ରେ ଦୁଇଟି ପ୍ରମୁଖ ଅନୁଷ୍ଠାନ ଟାଟା ଟ୍ରଷ୍ଟସ୍‌ ଓ ଟାଟା ସନ୍ସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଟାଟା ସନ୍ସ ଗ୍ରୁପ୍‌ର ବ୍ୟବସାୟିକ ସ୍ବାର୍ଥର ତଦାରଖ କରୁଛି। ଟ୍ରଷ୍ଟର କାର୍ଯ୍ୟ ହେଉଛି ଦାତବ୍ୟ କାର୍ଯ୍ୟଗୁଡ଼ିକୁ ସୁଚାରୁ ରୂପେ ସମ୍ପାଦନ କରିବା। ‌ଏହି ଦୁଇ ସଂସ୍ଥାର ଭୂମିକା ଅତ୍ୟନ୍ତ ସ୍ପଷ୍ଟ ହେବା ଦରକାର ବୋଲି ଶିଳ୍ପ ବିଶାରଦମାନେ କହିଛନ୍ତି। ଟାଟା ଗ୍ରୁପ୍‌ର ପ୍ରକୃତ ନିୟନ୍ତ୍ରଣ କାହା ହାତରେ ରହିବ ଓ ସେମାନଙ୍କ ଉତ୍ତରଦାୟିତ୍ୱ କ’ଣ ହେବ ତାହା ସ୍ପଷ୍ଟ ହେବା ଦରକାର ବୋଲି ସେମାନେ କହିଛନ୍ତି। ଟାଟା ଟ୍ରଷ୍ଟ୍‌ସର ଭୂମିକା ହେଉଛି କେବଳ ସମ୍ପତ୍ତିର ରକ୍ଷଣାବେକ୍ଷଣକାରୀ। ଏହା ମାଲିକ କିମ୍ବା ପ୍ରମୋଟର ନୁହନ୍ତି। ଏହି ପାର୍ଥକ୍ୟ ଗ୍ରୁପ୍‌ର ଶାସନପ୍ରଣାଳୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଟାଟା ଟ୍ରଷ୍ଟ୍‌ସ ମହାରାଷ୍ଟ୍ର ସାର୍ବଜନୀନ ଟ୍ରଷ୍ଟ ନିୟମ ଅଧୀନରେ ପରିଚାଳିତ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନମଙ୍ଗଳକାରୀ କାର୍ଯ୍ୟ। କିନ୍ତୁ ଟାଟା ସନ୍ସରେ ଏହି ଟ୍ରଷ୍ଟର ସଂଖ୍ୟାଗରିଷ୍ଠ ଅଂଶଧନ ରହିଥିବାରୁ ବୋର୍ଡ ନିଯୁକ୍ତି ଓ ପ୍ରମୁଖ ନିଷ୍ପତ୍ତିରେ ତାହାର ବ୍ୟାପକ ପ୍ରଭାବ ରହିଛି। ଏଭଳି ସ୍ଥିତିରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। କାରଣ ଟ୍ରଷ୍ଟର କର୍ତ୍ତବ୍ୟ କେବଳ ସାମାଜିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଟାଟା ସନ୍ସର ବୋର୍ଡ ସମସ୍ତ ଅଂଶୀଦାରଙ୍କ ନିକଟରେ ଉତ୍ତରଦାୟୀ ରହିଛି।ଏହି ଦୁଇଟି ଭିନ୍ନ ଆଭିମୁଖ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏକ ବଡ଼ ଆହ୍ୱାନ ବୋଲି ଶିଳ୍ପ ବିଶାରଦମାନେ କହିଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button