Bipasha: ବଲିଉଡ୍େର ଧାରା ବଦଳାଇଥିଲେ ବିପାଶା
ଶ୍ୟାମଳ ରଙ୍ଗ ଓ ସୁଗଠିତ ଶରୀର (ମସ୍କୁଲାର୍ ଫିଜିକ୍) ପାଇଁ ବଲିଉଡ୍ରେ ବିପାଶା ବସୁଙ୍କ ପରିଚୟ ଟିକେ ନିଆରା। ସାଧାରଣତଃ ଅଭିନେତ୍ରୀମାନଙ୍କ କ୍ଷେତ୍ରରେ ତୋଫା ରଙ୍ଗ ଓ ପତଳା ଶରୀରକୁ ଗୁରୁତ୍ୱ ଦିଆଯାଉଥିବା ବେଳେ, ବିପାଶା ତାହାର ଏକ ବ୍ୟତିକ୍ରମ।

ଶ୍ୟାମଳ ରଙ୍ଗ ଓ ସୁଗଠିତ ଶରୀର (ମସ୍କୁଲାର୍ ଫିଜିକ୍) ପାଇଁ ବଲିଉଡ୍ରେ ବିପାଶା ବସୁଙ୍କ ପରିଚୟ ଟିକେ ନିଆରା। ସାଧାରଣତଃ ଅଭିନେତ୍ରୀମାନଙ୍କ କ୍ଷେତ୍ରରେ ତୋଫା ରଙ୍ଗ ଓ ପତଳା ଶରୀରକୁ ଗୁରୁତ୍ୱ ଦିଆଯାଉଥିବା ବେଳେ, ବିପାଶା ତାହାର ଏକ ବ୍ୟତିକ୍ରମ। ଏବେକା ସମୟରେ ବଲିଉଡ୍ରେ ଅଭିନେତ୍ରୀଙ୍କ ଶାରୀରିକ ଗଠନ ଓ ସୌନ୍ଦର୍ଯ୍ୟକୁ ନେଇ ଧାରଣା ବଦଳିଛି। ଏହି ପରିବର୍ତ୍ତନ କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ନିକଟରେ ଏକ ସାକ୍ଷାତ୍କାରରେ ଦାବି କରିଛନ୍ତି ବିପାଶା ବସୁ।
୨୦୦୦ ମସିହାର ଆରମ୍ଭରେ ବିପାଶାଙ୍କ ଚେହେରା ଅନ୍ୟ ଅଭିନେତ୍ରୀଙ୍କଠାରୁ ବେଶ୍ ଭିନ୍ନ ଥିଲା। ସେ ଥିଲେ ତୁଳନାତ୍ମକ ଭାବେ ଲମ୍ବା ଓ ଶ୍ୟାମାଙ୍ଗୀ। ଏହାଛଡ଼ା ଆଥଲେଟିକ୍ ଶାରୀରିକ ଗଠନ ଥିବା ମହିଳାମାନଙ୍କୁ ସେ ସମୟରେ ଅଭିନେତ୍ରୀ ଭାବେ ସହଜରେ ଗ୍ରହଣ କରାଯାଉ ନଥିଲା ବୋଲି ସେ ମନେପକାଇଛନ୍ତି। ମାତ୍ର ସେହି ସମୟରେ ବିପାଶାଙ୍କ ‘ନିଜକୁ ଭଲ ପାଅ’ ବାର୍ତ୍ତା ଓ ଫିଟ୍ନେସ୍ ମନ୍ତ୍ରକୁ ଲୋକେ ଗ୍ରହଣ କରିବାକୁ ଲାଗିଲେ। ଫିଟ୍ନେସ୍ କେବଳ ଭଲ ଦେଖାଯିବା ନୁହେଁ; ବରଂ ସୁସ୍ଥ ରହିବା ସହ ଜଡ଼ିତ। ଅଧିକ ମହିଳା ବ୍ୟାୟାମ କରିବା ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସେ ସେତେବେଳେ ପ୍ରୋତ୍ସାହିତ କରିଥିଲେ। ଯାହାଫଳରେ ଲୋକଙ୍କ ଧାରଣା ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିଲା। ଏହାଛଡ଼ା ଲୋକଙ୍କୁ ନିୟମିତ ବ୍ୟାୟାମର ଗୁରୁତ୍ୱ ଓ ଏହାର ଉପକାରିତା ବୁଝିବାରେ ତାଙ୍କର ସେହି ଅଭିଯାନ ବିଶେଷ ସହାୟକ ହୋଇଥିଲା ବୋଲି ସେ ବିଶ୍ୱାସ କରନ୍ତି।
ସୌଜନ୍ୟ ସମ୍ବାଦ



