ମନୋରଞ୍ଜନ
Samantha Pregnancy: ଗର୍ଭଧାରଣ ଖବର ଆମ ପାଇଁ ଆଶ୍ଚର୍ଯ୍ୟ ଥିଲା: ସାମନ୍ଥା
ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଜୀବନରେ ଆସିଛି ଏକ ନୂଆ ଖୁସି। ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ସହ ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି ସାମନ୍ଥା। ତେବେ ଗର୍ଭଧାରଣ ପୂର୍ବରୁ ଉଭୟେ ସନ୍ତାନ ନ ହେବାର ସମ୍ଭାବନାକୁ ମଧ୍ୟ ସହଜରେ ଗ୍ରହଣ କରିନେଇଥିଲେ ବୋଲି ସାମନ୍ଥା ଏକ ସାକ୍ଷାତକାରରେ କହିଛନ୍ତି।

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଜୀବନରେ ଆସିଛି ଏକ ନୂଆ ଖୁସି। ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ସହ ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି ସାମନ୍ଥା। ତେବେ ଗର୍ଭଧାରଣ ପୂର୍ବରୁ ଉଭୟେ ସନ୍ତାନ ନ ହେବାର ସମ୍ଭାବନାକୁ ମଧ୍ୟ ସହଜରେ ଗ୍ରହଣ କରିନେଇଥିଲେ ବୋଲି ସାମନ୍ଥା ଏକ ସାକ୍ଷାତକାରରେ କହିଛନ୍ତି। ଏକ ସାକ୍ଷାତକାରରେ ସାମନ୍ଥା କହିଛନ୍ତି ଯେ, ସେ ଓ ରାଜ ଉଭୟ ସନ୍ତାନ ହେବ କି ନାହିଁ, ସେନେଇ ଦୁଇଟି ସମ୍ଭାବନା ପାଇଁ ପ୍ରସ୍ତୁତ ଥିଲେ। ସେହି ସମୟରେ ଗର୍ଭଧାରଣ ହେବା ତାଙ୍କ ପାଇଁ ଏକ ‘ସରପ୍ରାଇଜ୍’ ଥିଲା। ଏବେ ଆସନ୍ତା ପରିବର୍ତ୍ତନକୁ ନେଇ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି।
ସୌଜନ୍ୟ ସମ୍ବାଦ



