ଦେଶ ବିଦେଶ

BJP MLA: ବିଜେପି ସାଂସଦ ନାଗେନ୍ଦ୍ର ରାୟଙ୍କଠାରୁ ‘ବଙ୍ଗ ବିଭୂଷଣ’ ସମ୍ମାନ ପ୍ରତ୍ୟାହାର

ନେତାଜୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ କରୁଥିବା ଲୋକଙ୍କ ବିରୋଧରେ ଗିରଫ ସମେତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ମଧ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିରୋରେ ଅପମାନଜନକ ଟିପ୍ପଣୀ ଦେଇଥିବାରୁ ବିଜେପି ସାଂସଦ ନାଗେନ୍ଦ୍ର ରାୟଙ୍କ ବିରୋଧରେ ପଶ୍ଚିମବଙ୍ଗ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗ ସରକାର ନା‌ଗେନ୍ଦ୍ରଙ୍କୁ ଦିଆଯାଇଥିବା ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବଙ୍ଗ ବିଭୂଷଣ’ ପ୍ରତ୍ୟାହାର କରିନେଇଛନ୍ତି ।

ଉଲ୍ଲେଖଯୋଗ୍ୟ ମମତା ବାନାର୍ଜୀ ସରକାର କ୍ଷମତାରେ ଥିବା ସମୟରେ ଫେବ୍ରୁଆରି ୨୦୨୬ରେ ନାଗେନ୍ଦ୍ର ରାୟଙ୍କୁ ‘ବଙ୍ଗ ବିଭୂଷଣ’ ସମ୍ମାନ ଦିଆଯାଇଥିଲା । ରାଜ୍ୟ ସରକାର କହିଛନ୍ତି ଯେ ଏହି ସମ୍ମାନ ରାଜ୍ୟ ଓ ଏହାର ଲୋକଙ୍କ ପାଇଁ ବିଶିଷ୍ଟ ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଏ । ସରକାର କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ତଥ୍ୟ ଓ ପରିସ୍ଥିତି ସାମ୍ନାକୁ ଆସିଛି, ଯାହା ନାଗେନ୍ଦ୍ର ରାୟଙ୍କ ପାଖରେ ଏହି ସମ୍ମାନ ଜାରି ରହିବା ନେଇ ପ୍ରଶ୍ନ ଉଠିଛି ।

ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ନାଗେନ୍ଦ୍ର ରାୟଙ୍କ ଦ୍ୱାରା ‘ବଙ୍ଗ ବିଭୂଷଣ’ ସମ୍ମାନକୁ ଆଗକୁ ରଖିବା ଏହି ସମ୍ମାନର ମର୍ଯ୍ୟାଦା, ପ୍ରତିଷ୍ଠା ଓ ଉଦ୍ଦେଶ୍ୟ ସହ ସମନ୍ୱୟପୂର୍ଣ୍ଣ ନୁହେଁ ବୋଲି ସକ୍ଷମ କର୍ତ୍ତୃପକ୍ଷ ମତ ଦେଇଛନ୍ତି । ତେଣୁ ପଶ୍ଚିମବଙ୍ଗ ସରକାର ୨୧ ଫେବ୍ରୁଆରି ୨୦୨୬ରେ ନାଗେନ୍ଦ୍ର ରାୟଙ୍କୁ ପ୍ରଦାନ କରାଯାଇଥିବା ‘ବଙ୍ଗ ବିଭୂଷଣ’ ପ୍ରତ୍ୟାହାର କରିଛନ୍ତି ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button