
ଭୁବନେଶ୍ବର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ବର ସର୍କଲ ପକ୍ଷରୁ ବିଶ୍ବ ରକ୍ତଦାତା ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୪ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଚଳିତ ମାସ ୯ରୁ ୧୨ ତାରିଖ ମଧ୍ୟରେ ଆୟୋଜିତ ଏହି ଶିବିରଗୁଡ଼ିକରୁ ୧୦୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ଓ ମାନବିକ ପଦକ୍ଷେପ ଅଂଶସ୍ବରୂପ ଏହି ଶିବିରଗୁଡ଼ିକୁ ଆୟୋଜନ କରାଯାଇଥିଲା। ବ୍ୟାଙ୍କର କର୍ମଚାରୀମାନେ ରକ୍ତଦାନ କରିତିଲେ। ଗ୍ରୀଷ୍ମ ଋତୁରେ ରକ୍ତ ଅଭାବ ଦୂର କରିବା ଓ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ସୌଜନ୍ୟ ସମ୍ବାଦ




