Elon Musk: ବଫେଟ୍ଙ୍କ ସମ୍ପତ୍ତିଠୁ ଏଲନ ମସ୍କଙ୍କ ଦିନକର ଆୟ ଅଧିକ?
ମହାକାଶ ଅନୁସନ୍ଧାନ ସଂସ୍ଥା ସ୍ପେସ୍ଏକ୍ସ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ପରଠାରୁ ଏହାର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସେ ବିଶ୍ବର ପ୍ରଥମ ଟ୍ରିଲିଓନେୟାର ହୋଇଛନ୍ତି।

ୱାସିଂଟନ: ମହାକାଶ ଅନୁସନ୍ଧାନ ସଂସ୍ଥା ସ୍ପେସ୍ଏକ୍ସ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ପରଠାରୁ ଏହାର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସେ ବିଶ୍ବର ପ୍ରଥମ ଟ୍ରିଲିଓନେୟାର ହୋଇଛନ୍ତି। ତାଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି ତାହା ତାଙ୍କ ପଛକୁ ଥିବା ଅନ୍ୟ ଚାରି ଜଣ ଧନୀଙ୍କ ମିଳିତଠାରୁ ସମ୍ପତ୍ତିଠାରୁ ମଧ୍ୟ ଅଧିକ। ଏବେ ଆଉ ଏକ ଚମତ୍କାର ଘଟିଛି।
ସ୍ପେସ୍ଏକ୍ସ ସେୟାରରେ ବୃଦ୍ଧି ଘଟିବାରୁ ଗୋଟିଏ ଦିନରେ ମସ୍କଙ୍କ ସମ୍ପତ୍ତିରେ ୧୬୪ ବିଲିଅନ୍ ଡଲାର ବୃଦ୍ଧି ହୋଇଛି। ଏହା ବିଶିଷ୍ଟ ଆମେରିକୀୟ ନିବେଶକ ୱାରେନ ବଫେଟଙ୍କ ସାରା ଜୀବନର ସମ୍ପତ୍ତିଠାରୁ ମଧ୍ୟ ଅଧିକ। ବଫେଟଙ୍କ ସମ୍ପତ୍ତି ହେଉଛି ୧୪୮ ବିଲିଅନ ଡଲାର।
ବ୍ଲୁମ୍ବର୍ଗ ବିଲିଓନେୟାର ସୂଚୀ ଅନୁସାରେ ମସ୍କଙ୍କ ସମ୍ପତ୍ତି ୧.୨୭ ଟ୍ରିଲିଅନ ଡଲାର ରହିଛି। ଦ୍ବିତୀୟ ସ୍ଥାନରେ ଥିବା ଗୁଗଲ ସହ ପ୍ରତିଷ୍ଠାତା ଲାରି ପେଜଙ୍କ ସମ୍ପତ୍ତି ୩୧୪ ବିଲିଅନ ଡଲାର, ସର୍ଜି ବ୍ରିନଙ୍କ ୨୯୨ ବିଲିଅନ ଡଲାର ଓ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ସମ୍ପତ୍ତି ୨୬୭ ବିଲିଅନ ଡଲାର ରହିଛି। ଗତ କିଛି ମାସ ମଧ୍ୟରେ ମସ୍କଙ୍କ ସମ୍ପତ୍ତିରେ ଦ୍ରୁତ ବୃଦ୍ଧି ଘଟିଥିଲା। ଗତ ଅକ୍ଟୋବରରେ ତାଙ୍କ ପାଖରେ ୫୦୦ ବିଲିଅନ ଡଲାର ସମ୍ପତ୍ତି ଥିଲା ଯାହା ଡିସେମ୍ବର ସୁଦ୍ଧା ୬୦୦ ବିଲିଅନ ଡଲାରକୁ ଏବଂ ଅଳ୍ପ କିଛି ଦିନ ପରେ ୭୦୦ ବିଲିଅନ ଡଲାରରୁ ଅଧିକ ହୋଇଥିଲା।
ସୌଜନ୍ୟ ସମ୍ବାଦ




