ଦେଶ ବିଦେଶ
BPUT Sets Record ତ୍ବରିତ ପରୀକ୍ଷା ଫଳାଫଳ ପ୍ରକାଶନରେ ବିପିୟୁଟିର ରେକର୍ଡ୍
ବିପିୟୁଟି ଇଭେନ୍ ସେମିଷ୍ଟର ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ କରି ରେକର୍ଡ ସୃଷ୍ଟି କରିଛି। ୯୩,୩୬୨ ଛାତ୍ରଛାତ୍ରୀଙ୍କ ୫ ଲକ୍ଷରୁ ଅଧିକ ଉତ୍ତରଖାତା ୪୮ ଘଣ୍ଟାରେ ମୂଲ୍ୟାୟନ ହୋଇଛି।

‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ ଦ୍ୱାରା ସ୍ୱୀକୃତି
ରାଉରକେଲା (ଦେବ ଗଡ଼ତିଆ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପୁଣିଥରେ ଏକ ମାଇଲ୍ଖୁଣ୍ଟ ସ୍ଥାପନ କରିଛି। ଚଳିତବର୍ଷ ଇଭେନ୍ ସେମିଷ୍ଟର୍ ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶକରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ଅସାଧାରଣ କୃତିତ୍ୱ ପାଇଁ ବିପିୟୁଟିକୁ ପ୍ରତିଷ୍ଠିତ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ ଦ୍ୱାରା ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରାଯାଇଛି।
ସୌଜନ୍ୟ ସମ୍ବାଦ



