ଦେଶ ବିଦେଶ

CJP: ପଞ୍ଜାବ ଓ ଝାଡ଼ଖଣ୍ଡ ପେପର ଲିକ୍‌ ପ୍ରସଙ୍ଗରେ ନିରବ କାହିଁକି?

ନିଟ୍‌ ପେପର ଲିକ୍‌କୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରୁଥିବା ସିଜେପି (କକ୍ରୋଚ୍ ଜନତା ପାର୍ଟି)କୁ ବୁଧବାର ବିଜେପି ତୀବ୍ର ଆକ୍ରମଣ କରିଛି। ବିଜେପି ପ୍ରଶ୍ନ କରିଛି, ପଞ୍ଜାବ ଓ ଝାଡ଼ଖଣ୍ଡରେ ଘଟିଥିବା ପେପର ଲିକ୍‌ ଓ ପରୀକ୍ଷା ଅନିୟମିତତା ପ୍ରସଙ୍ଗରେ ସିଜେପି କାହିଁକି ନିରବ ରହିଛି।

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍‌କୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରୁଥିବା ସିଜେପି (କକ୍ରୋଚ୍ ଜନତା ପାର୍ଟି)କୁ ବୁଧବାର ବିଜେପି ତୀବ୍ର ଆକ୍ରମଣ କରିଛି। ବିଜେପି ପ୍ରଶ୍ନ କରିଛି, ପଞ୍ଜାବ ଓ ଝାଡ଼ଖଣ୍ଡରେ ଘଟିଥିବା ପେପର ଲିକ୍‌ ଓ ପରୀକ୍ଷା ଅନିୟମିତତା ପ୍ରସଙ୍ଗରେ ସିଜେପି କାହିଁକି ନିରବ ରହିଛି। ଦଳର ଅଭିଯୋଗ, ସିଜେପି କେବଳ ବିଜେପିଶାସିତ ରାଜ୍ୟ କିମ୍ବା କେନ୍ଦ୍ର ସରକାରକୁ ଟାର୍ଗେଟ୍‌ କରୁଛି, କିନ୍ତୁ ବିରୋଧୀ ଦଳ ଶାସିତ ରାଜ୍ୟରେ ସମାନ ଘଟଣା ଘଟିଲେ କୌଣସି ପ୍ରତିବାଦ କରୁନାହିଁ।

ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ପଞ୍ଜାବରେ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ପେପର ଲିକ୍‌ ଏବଂ ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସ୍‌ସି)ର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ତଥାପି ଏହି ପ୍ରସଙ୍ଗରେ ସିଜେପି କିମ୍ବା ଏହାର ସମର୍ଥକମାନଙ୍କ ପକ୍ଷରୁ କୌଣସି ବଡ଼ ଆନ୍ଦୋଳନ ଦେଖିବାକୁ ମିଳିନାହିଁ। ସେ କହିଥିଲେ, ଯଦି ଛାତ୍ରଙ୍କ ସ୍ୱାର୍ଥ ହିଁ ପ୍ରକୃତ ଉଦ୍ଦେଶ୍ୟ, ତେବେ ସମସ୍ତ ରାଜ୍ୟରେ ସମାନ ମାନଦଣ୍ଡ ଅନୁସରଣ କରାଯିବା ଉଚିତ।

ବିଜେପି ରାଜ୍ୟସଭା ଏମ୍‌ପି ସ୍ବାତୀ ମଲିୱାଲ ସିଜେପିକୁ ଆପ୍‌ର ବି-ଟିମ୍ ବୋଲି ଅଭିଯୋଗ କରି କହିଛନ୍ତି ଯେ, ନିଟ୍‌ ପ୍ରସଙ୍ଗକୁ ରାଜନୈତିକ ରୂପ ଦେବା ପାଇଁ ସିଜେପି ଚୟନମୂଳକ ଭାବେ ଆନ୍ଦୋଳନ କରୁଛି। ପଞ୍ଜାବ ଓ ଝାଡ଼ଖଣ୍ଡରେ ପରୀକ୍ଷା ଅନିୟମିତତା ନେଇ ଛାତ୍ରମାନଙ୍କ ଅଭିଯୋଗ ସତ୍ତ୍ୱେ ସଂଗଠନ ସେଠାରେ ସକ୍ରିୟ ହୋଇନାହିଁ। ଏହାଦ୍ୱାରା ସିଜେପିର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠୁଛି ବୋଲି ଦଳ କହିଛି।

ଅନ୍ୟପକ୍ଷରେ ସିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ସଂଗଠନର କହିବା ଅନୁସାରେ, ସେମାନେ ଦେଶର ଯେକୌଣସି ସ୍ଥାନରେ ପରୀକ୍ଷାରେ ଅନିୟମିତତା ଘଟିଲେ ଛାତ୍ରଙ୍କ ସପକ୍ଷରେ ସ୍ୱର ଉଠାଇବେ। କୌଣସି ରାଜନୈତିକ ଦଳକୁ ଲକ୍ଷ୍ୟ କରି ନୁହେଁ, ବରଂ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ହିଁ ସେମାନଙ୍କ ଉଦ୍ଦେଶ୍ୟ ବୋଲି ସିଜେପି ପକ୍ଷରୁ କୁହାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button