CAG ରିପୋର୍ଟରେ ସାଂଘାତିକ ତଥ୍ୟ: ଚାରିଚକିଆ ଡିଏଲ୍ ଆବେଦନ, ବାଇକ୍ ଚଳାଇ ପାସ୍, ୨୯ ହଜାର ଡିଏଲ୍ ତ୍ରୁଟିପୂର୍ଣ୍ଣ…

ଭୁବନେଶ୍ୱର,୨୯/୦୯: ଚାରିଚକିଆ ଯାନ ପାଇଁ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିଥିଲେ । କିନ୍ତୁ ଦୁଇଚକିଆ ଯାନ ଚଳାଇ ଡ୍ରାଇଭିଂ ଟେଷ୍ଟରେ ପାସ୍ ହୋଇଗଲେ ଆବେଦନକାରୀ । ମୋଟ ୨୯ ହଜାର ୧୫୪ଟି ଡିଏଲ୍ ଆବେଦନରେ ଏଭଳି ତ୍ରୁଟିପୂର୍ଣ୍ଣ ଡ୍ରାଇଭିଂ ପରୀକ୍ଷା ହୋଇଥିବା ଦର୍ଶାଇଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ । ଏଥିରେ ଏମିତିକି କିଛି ଆବେଦନକାରୀ ଅଛନ୍ତି । ଯେଉଁମାନେ କି ଦୁଇଚକିଆ ପାଇଁ ଡିଏଲ୍ ଆବେଦନ କରିଥିଲେ ହେଁ, ଚାରିଚକିଆ ଯାନରେ ପରୀକ୍ଷା ଯୋଗୁ ଫେଲ୍ ବି ମାରିଛନ୍ତି ।
୨୦୨୬ ବର୍ଷ ପାଇଁ ଉପସ୍ଥାପିତ ସିଏଜି ରିପୋର୍ଟରେ ସାରଥୀ ତଥ୍ୟ ବିଶ୍ଲେଷଣରୁ ଜଣାପଡି ଼ଛି ଯେ ୨୦୧୯ ମସିହାରୁ ୨୦୨୪ ଭିତରେ ୯ଟି ଅ।।ଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ରେ ମୋଟ ୯.୮୬ ଲକ୍ଷ ଡ୍ରାଇଭିଂ ପରୀକ୍ଷା ପାଇଁ ୬.୬୭ ଲକ୍ଷ ଡିଏଲ୍ ଜାରି ହୋଇଥିଲା । ଏଥିରୁ ୨୯,୧୫୪ଟି ଡିଏଲ୍ ପରୀକ୍ଷା ବେଳେ ଏଭଳି ସାଂଘାତିକ ତ୍ରୁଟି ହୋଇଛି। ସେହିପରି ସାରଥୀରେ ଉପଯୁକ୍ତ ବୈଧତା ନିୟନ୍ତ୍ରଣ ଅଭାବ ଯୋଗୁ ୧୫୮ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ବର୍ଗର ଗାଡି଼ ଚଳାଇବାକୁ ୩୧୮ଟି ଲାଇସେନ୍ସ ଦିଆଯାଇଛି ।
ସୌଜନ୍ୟ ପ୍ରମେୟ




