Cancer surgery technology: ବାଲ୍‌କୋ ମେଡିକାଲ୍‌ ‌ସେଣ୍ଟରରେ ଅତ୍ୟାଧୁନିକ କ୍ୟାନସର ସର୍ଜରି ପ୍ରଯୁକ୍ତି

ଛତିଶଗଡ଼ର ନୂଆ ରାୟପୁରରେ ଥିବା ବାଲ୍‌କୋ ମେଡିକାଲ ସେଣ୍ଟରରେ ନୂଆ ଅତ୍ୟାଧୁନିକ କର୍କଟ ରୋଗ ରୋବୋଟିକ ଅସ୍ତ୍ରୋପଚାର ପ୍ରଯୁକ୍ତି ‘ଡା ଭିନ୍‌ସି ଏକ୍ସଆଇ’ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ବାଲ୍‌କୋ ମେଡିକାଲ ସେଣ୍ଟରରେ ଏହି ସୁବିଧା ମିଳିବା ଏକ ମାଇଲଖୁଣ୍ଟ।

ନୂଆ ରାୟପୁର: ଛତିଶଗଡ଼ର ନୂଆ ରାୟପୁରରେ ଥିବା ବାଲ୍‌କୋ ମେଡିକାଲ ସେଣ୍ଟରରେ ନୂଆ ଅତ୍ୟାଧୁନିକ କର୍କଟ ରୋଗ ରୋବୋଟିକ ଅସ୍ତ୍ରୋପଚାର ପ୍ରଯୁକ୍ତି ‘ଡା ଭିନ୍‌ସି ଏକ୍ସଆଇ’ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ବାଲ୍‌କୋ ମେଡିକାଲ ସେଣ୍ଟରରେ ଏହି ସୁବିଧା ମିଳିବା ଏକ ମାଇଲଖୁଣ୍ଟ। ଛତିଶଗଡ଼ ଏବଂ ପଡ଼ୋଶୀ ରାଜ୍ୟର ରୋଗୀମାନେ ଏହାଦ୍ବାରା ଉପକୃତ ହେବେ। ଅତ୍ୟାଧୁନିକ ରୋବୋଟିକ୍‌ କର୍କଟ ରୋଗ ଅସ୍ତ୍ରୋପଚାର ସୁବିଧା ସେମାନଙ୍କ ଘର ନିକଟରେ ପାଇପାରିବେ। ଉକ୍ତ ମେସିନ ଜରିଆରେ ଶରୀରରେ ଖୁବ୍‌ କମ୍‌ ଅଂଶ କଟାଯାଇ ଅସ୍ତ୍ରୋପଚାର କରାଯାଇଥାଏ। ହସ୍ପିଟାଲରେ କମ୍‌ଦିନ ରହିବାକୁ ପଡ଼ିଥାଏ। ଚିକିତ୍ସା ଫଳାଫଳ ଏବଂ ରୋଗୀଙ୍କ ଅନୁଭୂତି ମଧ୍ୟ ଭଲ ରହିଥାଏ। ଏହି ପ୍ରଯୁକ୍ତି ଜରିଆରେ ଜଟିଳ କର୍କଟ ରୋଗର ଅସ୍ତ୍ରୋପଚାର ମଧ୍ୟ ସମ୍ଭବ ହୋଇଥାଏ। ଏହି ପରିପ୍ରେକ୍ଷୀରେ ବାଲକୋ ମେଡିକାଲ ସେଣ୍ଟରର ସର୍ଜିକାଲ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡା. ଦିବାକର ପାଣ୍ଡେ କହିଛନ୍ତି ଯେ ଏଠାରେ ଅସ୍ତ୍ରୋପଚାର କରୁଥିବା ଡାକ୍ତରମାନେ ବିଶ୍ବର ଖ୍ୟାତିସମ୍ପନ୍ନ ପ୍ରତିଷ୍ଠାନରେ ତାଲିମ ନେଇ ନିରନ୍ତରମାନେ ଉତ୍ତମ ମାନର ଚିକିତ୍ସା ଯୋଗାଇ ଆସୁଛନ୍ତି।

ସୌଜନ୍ୟ ସମ୍ବାଦ
Exit mobile version