ଦେଶ ବିଦେଶ
Cargo Ship Attack: ଓଡ଼େସାରେ ମାଲବାହୀ ଜାହାଜ ଉପରେ ରୁଷ୍ର ଆକ୍ରମଣ, କ୍ୟାପ୍ଟେନ୍ ମୃତ
ୟୁକ୍ରେନ୍ର ଦକ୍ଷିଣ ଓଡ଼େସା ଅଞ୍ଚଳରେ ବୁଧବାର ରୁଷ୍ର ଆକ୍ରମଣରେ ଏକ ବାଣିଜ୍ୟିକ ମାଲବାହୀ ଜାହାଜର କ୍ୟାପ୍ଟେନ୍ଙ୍କ ମୃତ୍ୟୁ ହୋଇଛି। ଜାହାଜଟି ଆଣ୍ଟିଗୁଆ ଓ ବାର୍ବୁଡାର ପତାକା ତଳେ କୃଷ୍ଣ ସାଗରରେ ଯାଉଥିବା ବେଳେ ଏହା ଉପରେ ରୁଷ୍ ସେନା ଆକ୍ରମଣ କରିଥିଲା...

କିଭ୍: ୟୁକ୍ରେନ୍ର ଦକ୍ଷିଣ ଓଡ଼େସା ଅଞ୍ଚଳରେ ବୁଧବାର ରୁଷ୍ର ଆକ୍ରମଣରେ ଏକ ବାଣିଜ୍ୟିକ ମାଲବାହୀ ଜାହାଜର କ୍ୟାପ୍ଟେନ୍ଙ୍କ ମୃତ୍ୟୁ ହୋଇଛି। ଜାହାଜଟି ଆଣ୍ଟିଗୁଆ ଓ ବାର୍ବୁଡାର ପତାକା ତଳେ କୃଷ୍ଣ ସାଗରରେ ଯାଉଥିବା ବେଳେ ଏହା ଉପରେ ରୁଷ୍ ସେନା ଆକ୍ରମଣ କରିଥିଲା ବୋଲି ୟୁକ୍ରେନ୍ର ଅଧିକାରୀମାନେ କହିଛନ୍ତି। କ୍ୟାପ୍ଟେନ୍ ଜଣେ ୟୁକ୍ରେନୀୟ ନାଗରିକ ବୋଲି ଓଡ଼େସା ଅଞ୍ଚଳର ମୁଖ୍ୟ ଓଲେଗ୍ କିପର କହିଛନ୍ତି।
ସୌଜନ୍ୟ ସମ୍ବାଦ




