ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ
ସୂଚନା ଅନୁସାରେ ସୋମବାର ଦିନ ବାରଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ କଣ୍ଟେନର ( AP 29 W 1643)ବାଲେଶ୍ୱର ଆଡୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଖବର ପାଇ ବଜରଙ୍ଗ ଦଳର କର୍ମୀମାନେ ଗାଡ଼ିର ପିଛା କରି ଭେଲୋରା ଛକ ନିକଟରେ ଅଟକ ରଖିଥିଲେ।
ଏନେଇ ବସ୍ତା ଥାନାକୁ ଖବର ଦେଇଥିଲେ। ବସ୍ତା ଥାନା ଅଧିକାରୀ ରଞ୍ଜିତ କୁମାର ସାହୁ, ଏସ ଆଇ ବିଜୟ ବାରିକ ଘଟଣା ସ୍ଥଳରେ ପହଂଚି ଗାଡ଼ିକୁ ଜବତ କରି ଗୋଶାଳାକୁ ପଠାଇ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ଜଣାପଡିଛ। .ଗାଡିରେ ୫୦ ରୁ ଅଧିକ ଗୋରୁ ଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ ଏକ ଗୋରୁ ବୋଝେଇ କଣ୍ଟେନର ଭଦ୍ରକରୁ ୧୦୦ରୁ ଊର୍ଦ୍ଧ୍ବ ଗୋରୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଶେରଗଡ ନିକଟରେ ଥିବା ଟୋଲ ଗେଟ ଫାଙ୍କିବା ପାଇଁ ବିଦୁ ଛକରୁ ଗାଡ଼ିଟି ନୀଳଗିରି ଅଭିମୁଖେ ଆସୁଥିଲା। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ପ୍ରଥମେ ଗାଡ଼ିକୁ ବାରାକୋଇଲି ଛକରେ ଅଟାକାଇବାକୁ ଚେଷ୍ଟା କରିଥିଲେ। ହେଲେ ଏସ୍କର୍ଟ କରି ଯାଉଥିବା ଏକ ବୋଲେରୋ ଗାଡ଼ି ସେମାନକୁ ଧକ୍କା ଦେବା ପାଇଁ ଚେଷ୍ଟା କରିଥିଲା।
ପରେ ଇଶ୍ବରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇଙ୍କ ସହାୟତାରେ ଗାଡ଼ିଟିକୁ ଶ୍ୟାମସୁନ୍ଦରପୁର ଛକରେ ଜବତ କରାଯାଇ ନୀଳଗିରି ଥାନାର ଜିମା ଦେଇଥିଲେ। ପରେ ଗୋରୁମାନଙ୍କୁ ବାମପଦା ଗୋଶାଳାକୁ ନିଆଯାଇଥିଲା।
ସୌଜନ୍ୟ ସମ୍ବାଦ
-
Student Gang Raped Killed ପାରାଦୀପରେ ଲୋମଟାଙ୍କୁରା କାଣ୍ଡ: ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା, ବିହାରୀ ଯୁବକ ଗିରଫ, ୟୁପି ଏବଂ ଓଡ଼ିଆ ଯୁବକ ଅଟକ -
Rape: ନାବାଳିକା ଗର୍ଭବତୀ ଘଟଣା: ଅଭିଯୁକ୍ତଙ୍କର ହେବ ଡିଏନ୍ଏ ଟେଷ୍ଟ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ୧୫ ବର୍ଷ ବୟସର ନାବାଳିକା ଚାରିମାସର ଅନ୍ତସତ୍ବା ହେଇଥିବା ସୋମବାର ବାଙ୍ଗିରିପୋଷି ଥାନାରେ ଅଭିଯୋଗ କଲା ପରେ ପୁଲିସ ତତ୍ପରତା ଦେଖାଇଛି। -
Cyber Fraud: କୋଟିକୋଟି ଠକେଇ ଅଭିଯୋଗରେ ୬ଜଣ ସାଇବର ଠକ ଗିରଫ -
Education: ବିଦ୍ୟାଳୟରେ ଛାତ୍ର ପୋଡି ଘଟଣା: ଆଖିବୁଜିଲେ ବିରେନ୍ ଟାକ୍ରି -
El Mencho’s Death:ପ୍ରେମିକା ଯୋଗୁ ପ୍ରାଣ ହରାଇଲେ କୁଖ୍ୟାତ ଅପରାଧୀ ଏଲ୍ ମେଞ୍ଚୋ