ରାଜ୍ୟ
Cattle Smuggling: କାର୍ରେ ଚାଲାଣ ହେଉଥିଲା ଗୋରୁ, ୨ଟି ଗୋରୁ ଉଦ୍ଧାର ସହ କାର୍ ଜବତ
ଭଦ୍ରକ ଜିଲ୍ଲା ଧାମନଗର ଥାନା ହବିବନଗର ଅଞ୍ଚଳର କଟଣାପାହି ନିକଟରେ କାର୍ରେ ଗୋରୁ ଚାଲାଣ ବେଳେ ପୁଲିସ ଚଢ଼ଉ କରି ୨ଟି ଗୋରୁ ଉଦ୍ଧାର କରିବା ସହ କାର୍ ଜବତ କରିଛି। ଚାଳକ ଫେରାର ହୋଇଯାଇଛି।

ଧାମନଗର: ଯେତେ ଚଢ଼ାଉ ହେଲେବି ଭଦ୍ରକ ଜିଲ୍ଲାରେ ଗୋରୁଚାଲାଣ ଥମିବାର ନାମ ନେଉନାହିଁ। ଗୋଚାଲଣକାରୀ ନୂଆ ଉପାୟରେ ଏହିଭଳି ଘୃଣ୍ୟ କାମ କରୁଥିବାର ଦେଖିବାକୁ ମିଳୁଛି। ଧାମନଗର ଥାନା ହବିବନଗର ଅନ୍ତର୍ଗତ କଟଣାପାହି ପଡ଼ିଆ ନିକଟରେ ଏକ କାରରେ ଗୋରୁ ଚାଲାଣ ବେଳେ ପୁଲିସ ଚଢ଼ାଉ କରି ୨ଟି ଗୋରୁ ଉଦ୍ଧାର କରିଛି। ଏଥିସହ ଚାଲାଣରେ ବ୍ୟବହୃତ କାରକୁ ପୁଲିସ ଜବତ କରି ଥାନାକୁ ନେଇଛି। ତେବେ ପୁଲିସକୁ ଦେଖି କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




