Chaudwar Jail Escape Case : ୬ ମାସ ପରେ ସଫଳତା, ଜେଲରୁ ଫେରାର୍‌ ୨ୟ କଏଦୀ ଗିରଫ

ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲରୁ ଫେରାର ଥିବା କଏଦୀ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ।

କଟକ ୦୨।୦୪ : ୬ ମାସ ପରେ ପୋଲିସକୁ ମିଳିଲା ସଫଳତା । ଋଷିକେଶରୁ ଗିରଫ ହେଲା ଚୌଦ୍ୱାର ସର୍କଲ ଜେଲ ଫେରାର ଥିବା କଏଦୀ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏକ ମାସ ତଳେ ଆଉ ଜଣେ ଫେରାର ଥିବା କଏଦୀ ମଧୁକାନ୍ତ ରଣାକୁ ଗିରଫ କରିଥିଲା ପୋଲିସ ।

କେମିତି ଫେରାର ହେଲେ..

ଯାଜପୁର ପାଣିକୋଇଲି ବଜାରରେ ଘଟିଥିଲା ଏକ ଡକାୟତି ଏବଂ ହତ୍ୟା ମାମଲା । ଯେଉଁଥିରେ ପୋଲିସ ତଦନ୍ତ କରି ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଅପରାଧୀ ହେଲେ ମଧୁକାନ୍ତ ରଣା ଏବଂ ରାଜା ସାହାଣୀ । ଗିରଫ ପରେ ଉଭୟ ଅପରାଧୀଙ୍କୁ ଚୌଦ୍ୱାର ସର୍କଲ ଜେଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଅକ୍ଟୋବର ୨ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ବେଳେ ଦୁଇ ଅଭିଯୁକ୍ତ ଜେଲ୍ରୁ ଚମ୍ପଟ ମାରିଥିଲେ । ପୁରା ସହରର ଭସାଣି ଉତ୍ସବରେ ମସ୍ଗୁଲ୍ ଥିବା ବେଳେ ଏହି କଏଦୀ ଦୁଇ ଜଣ ଜେଲର ପାଚେରୀ ଡେଇଁ ଫେରାର ମାରିବାରେ ସକ୍ଷମ ହୋଇଥିଲେ । ତେବେ ଏତେ ବଡ଼ ଜେଲରୁ କିପରି ଦୁଇ ଜଣ ଅପରାଧୀ ଚମ୍ପଟ ମାରିଲେ, ସେତେବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଏବଂ ପୋଲିସ ବିଭାଗକୁ ସମାଲୋଚନା କରାଯାଇଥିଲା ।

ପୋଲିସ ପ୍ରଶାସନ ଘଟଣାକୁ ଗୁରୁତ୍ୱ ସହ ନେଇ ଦୁଇ ଫେରାର ଅପରାଧୀଙ୍କୁ ଧରିବା ପାଇଁ ଆରମ୍ଭ କରିଥିଲା ଅପରେସନ । ଉଭୟଙ୍କୁ ଧରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ମଧ୍ୟ ହୋଇଥିଲା । ସେଥିପାଇଁ କମିଶନରେଟ୍ ପୋଲିସର ୨୬ ଜଣ କର୍ମଚାରୀ ୬ଟି ଟିମରେ ଭାଗ କରି ରାଜ୍ୟ ବାହାରକୁ ଯାଇଥିଲା । ରାଜ୍ୟ ମଧ୍ୟରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ସେହିପରି ବାହାରକୁ ଯାଇଥିବା ଟିମ୍ ମଧ୍ୟ ବିଭିନ୍ନ ରାଜ୍ୟ ବୁଲି ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଚଢାଉ ମଧ୍ୟ କରୁଥିଲା ।

ସୌଜନ୍ୟ Prameya News7

Exit mobile version