ଦେଶ ବିଦେଶ

Chauri Chaura Express: କାନପୁରରେ ରେଳ ଦୁର୍ଘଟଣା: ଷ୍ଟେସନରୁ ବାହାରି ଲାଇନଚ୍ୟୁତ ହେଲା ଚୌରୀଚୌରା ଏକ୍ସପ୍ରେସ୍

ଉତ୍ତରପ୍ରଦେଶର କାନପୁରରେ ଏକ ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାନପୁର ସେଣ୍ଟ୍ରାଲ ଷ୍ଟେସନରୁ ବାହାରିବା ମାତ୍ରେ ଚୌରୀଚୌରା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା।

କାନପୁର: ଉତ୍ତରପ୍ରଦେଶରକାନପୁରରେ ଏକ ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାନପୁର ସେଣ୍ଟ୍ରାଲ ଷ୍ଟେସନରୁ ବାହାରିବା ମାତ୍ରେ ଚୌରୀଚୌରା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା।  ଅନୱରଗଞ୍ଜରୁ ଗୋରଖପୁର ଯାଉଥିବା ୧୫୦୦୩ ନମ୍ବର ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ବର୍ତ୍ତମାନ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଲାଇନଚ୍ୟୁତ ହୋଇଥିବା ଟ୍ରେନ୍‌ର ଡବାକୁ ପୁଣି ରେଳଧାରଣା ଉପରକୁ ଉଠାଇବା ପାଇଁ ଉଦ୍ୟମ ଚାଲିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ ଆଘାତ ଲାଗିନାହିଁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button